ସଡ଼କ ଦୁର୍ଘଟଣାରେ ‘ସକାଳ’ ସାମ୍ୱାଦିକ ବ୍ରଜ କିଶୋର ପରିଡ଼ାଙ୍କ ଦେହାନ୍ତ

1 min read

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ‘ସକାଳ’ ଖବର କାଗଜର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ହଂସପାଳ ଛକରେ ଘଟିଥିବା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଅଫିସରୁ କାର୍ଯ୍ୟ ସାରି କଟକ ସ୍ଥିତ ବାସଭବନକୁ ଫେରୁଥିବା ବେଳେ, ହଂସପାଳ ଛକରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହକୁ କ୍ୟାପିଟାଲ ହସପିଟାଲରେ ରଖାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ମୃତ ବ୍ରଜ କିଶୋର ପରିଡ଼ା, ଭୁବନେଶ୍ବର ଡିଡି ନ୍ୟୁଜର ଆସିଷ୍ଟାଣ୍ଟ ନ୍ୟୁଜ୍ ଏଡିଟର, ପ୍ରଜାତନ୍ତ୍ର ପ୍ରଚାର ସମିତି, ପ୍ରଜାତନ୍ତ୍ର ସପ୍ତାହିକି ଓ ସମୟ ଖବର କାଗଜରେ କାମ କରିଥିଲେ । ଜଣେ ଦକ୍ଷ ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ‘ସକାଳ’ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସକାଳ ଓ ନନ୍ଦିଘୋଷ ଟିଭିର ମୁଖ୍ୟ ମାନସ ରଞ୍ଜନ ମଙ୍ଗରାଜ, ‘ସକାଳ’ର ସମ୍ପାଦକ ଡକ୍ଟର ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ୍ ମଲ୍ଲିକ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ଆସିଷ୍ଟାଣ୍ଟ ନ୍ୟୁଜ୍ ଏଡିଟର ମହେଶ୍ବର ସାହୁ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଖୁବଶୀଘ୍ର ମର୍ଣ୍ଣିଂ ସ୍କୁଲ, ସକାଳ ୮ଟା ୩୦ ପରିବର୍ତ୍ତେ ୭ଟାରୁ ଆରମ୍ଭ ହେବ ସ୍କୁଲ

Leave a Reply