ଘେରାଉ ନାଁରେ ବିଜେପିର ଗୁଣ୍ଡାଗର୍ଦ୍ଦି, ଦଳର ୩୨ ନେତା ଓ କର୍ମୀଙ୍କ ବିରୋଧରେ ଏତଲା ରୁଜୁ

Brahmapur Police Filed FIR Against 32 BJP Leader And Worker

ବ୍ରହ୍ମପୁର: ବିଜେପିର ହିଂସା ରାଜନୀତି । ଘେରାଉ ନାଁରେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଦଳର ନେତା ଓ କର୍ମୀ । ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବିଜେପି ଗତ ୨୮ ତାରିଖରେ ବ୍ରହ୍ମପୁର ଏସପି ଅଫିସ୍ ଘେରାଉ କରିଥିଲା । ପ୍ରତିବାଦ ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ୩ ପୋଲିସ ଅଧିକାରୀଙ୍କ ସହ ଜଣେ କନେଷ୍ଟବଳ ଓ ଜଣେ ସାମ୍ବାଦିକ ଆହତ ହୋଇଥିଲେ । ଏସପି ଅଫିସ୍ ଘେରାଉ ସମୟରେ ବିଜେପି କର୍ମୀ ପୋଲିସ ଉପରକୁ ଆକ୍ରମଣ କରିଥିବା ନେଇ ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଏତଲା ଦେଇଛନ୍ତି ।

Brahmapur Police Filed FIR Against 32 BJP Leader And Worker

ଏସପି ଅଫିସ୍ ମୁଖ୍ୟ ଫାଟକରେ ଧସେଇ ପଶିବାକୁ ଉଦ୍ୟମ ସହ ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ ସହ ଢେଲା ମାଡ଼ ହୋଇଥିବା ଏତଲାରେ ଦର୍ଶାଯାଇଛି । ଆକ୍ରମଣରେ ଡିଏସପି ଓ ଏସଡିପିଓଙ୍କ ସହ ଜଣେ ଏସଆଇ ଏବଂ ଜଣେ କନେଷ୍ଟବଳ ଆହତ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ୩୧ଜଣ ବିଜେପି ନେତା ଓ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର ।

Brahmapur Police Filed FIR Against 32 BJP Leader And Worker

ବିଜେପି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଏଲ୍. ମୋହନ ଦାସ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ରଙ୍କ ସହ ନିଳାଦ୍ରୀ ପାତ୍ର, ମନୋରଞ୍ଜନ ଦ୍ୟାନସାମନ୍ତରା, ପ୍ରଶାନ୍ତ କର, ଶରତ କୁମାର ସାହୁ, ସରୋଜ ସାବତ, ମହାନ୍ତି ଚିନ୍ମୟାନନ୍ଦ ମହାରାଜ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସରୋଜ ସାବତ , ମହନ୍ତ ଚିନ୍ମୟାନନ୍ଦ ମହାରାଜ, ସୁଜିତ ନାୟକ, ସିଦ୍ଧାନ୍ତ ଗଙ୍ଗଦେବ, ଶିବଶଙ୍କର ଶତପଥି, ଗଙ୍ଗାଧର ଶତପଥି, ମନୋଜ ପଟ୍ଟନାୟକ, ରାମ କୁମାର ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନୀଲ କୁମାର ସାହୁ, ସୁବାଷିନୀ ପଟ୍ଟନାୟକ, ମୀନା ଦ୍ୟାନସାମନ୍ତରା, ଏସ୍.ରାଣୀ, ନମିତା ରାଣୀ ପଣ୍ଡା, ସନ୍ଦୀପ ଶତପଥି, ପି.କରୁଣାକର, ଗୋପିନାଥ ପଣ୍ଡା, ପରେଶ ରଥ, କିରଣ ସାହୁ, ମଧୁସୂଦନ ସାହୁ, ଜଗଦୀଶ ପ୍ରଧାନ, ସୁମିତ ପାତ୍ର ଓ ଶିବ ଶଙ୍କର ନାୟକଙ୍କ ନାଁରେ ଏତଲା ହୋଇଛି ।

Brahmapur Police Filed FIR Against 32 BJP Leader And Worker

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୭, ୧୪୭, ୧୪୮, ୧୫୨, ୧୫୩, ୩୩୨, ୩୩୩, ୩୨୫, ୪୩୧, ୫୦୬, ୧୪୯, ୩ (ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା) ଲାଗିଛି ।

Leave a Reply