IPL ବେଟିଂ ବେଳେ ୨ ଗିରଫ, ନଗଦ ୩୩ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ବ୍ରହ୍ମପୁର ପୋଲିସ

Brahmapur Police Busted IPL Betting Racket In City, Two Arrested

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ଆଇପିଏଲ ବେଟିଂ ବେଳେ ଜଣେ କିଙ୍ଗପିନଙ୍କ ସମେତ ଜଣେ ସହଯୋଗୀକୁ ଗିରଫ କରିଛି ଗଞ୍ଜାମ ପୋଲିସ । ଗିରଫ ଦ୍ୱୟ ହେଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଗଣେଶନଗରର ଆର. ଲାଲୀ ଆଚାରୀ ଓ ଗାନ୍ଧୀ ନଗରର କେ. ପ୍ରଶାନ୍ତ କୁମାର ସୁବୁଦ୍ଧି । ଗିରଫ ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ।

Brahmapur Police Busted IPL Betting Racket In City, Two Arrested

ସେମାନଙ୍କଠାରୁ ନଗଦ ୩୩ ଲକ୍ଷ ୬୧ ହଜାର ୨ ଶହ ଟଙ୍କା, ୪ଟି ମୋବାଇଲ ଫୋନ ଓ ତିନୋଟି ଏଟିଏମ୍ କାର୍ଡ ଜବତ କରିଛି ପୋଲିସ । ବେଟିଂ ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତଙ୍କ ଭୋଇଙ୍କ ନିର୍ଦ୍ଦେଶରେ ପୋଲିସ ଚଢ଼ାଉ କରିଥିଲା । ବିଭିନ୍ନ ମୋବାଇଲ  ଆପ୍ ଓ ଅନଲାଇନ ୱେବସାଇଟ୍ ମାଧ୍ୟମରେ ବେଟିଂ ଚାଲୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

Brahmapur Police Busted IPL Betting Racket In City, Two Arrested

ଦୀର୍ଘ ୫ରୁ ୭ ବର୍ଷ ହେବ ଅଭିଯୁକ୍ତ ମାନେ ବେଟିଂ କରି ଆସୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ କୋଲକାତା, ମୁମ୍ୱାଇ, ଦିଲ୍ଲୀ ଓ ଦୁବାଇର ଏଜେଣ୍ଟ ଥିଲେ । ସାଧାରଣ ଲୋକ ଓ ଯୁବପିଢିଙ୍କଠାରୁ ଟଙ୍କା ସଂଗ୍ରହ କରି ଏହି ଆଇପିଏଲ ବେଟିଂରେ ଲଗାଇ ଆସୁଥିବା ପୋଲିସ ଜାଣିବାକୁ ପାଇଛି । ତେବେ ବେଟିଂ ନେଟୱର୍କର ଚେର କେଉଁ ଯାଏଁ ଲମ୍ବିଛି ସେ ନେଇ ତଦନ୍ତ ଜାରି ଥିବା ସାମ୍ବିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ।

 

Leave a Reply