ବ୍ରହ୍ମପୁର ଏମକେସିଜିରେ ପୁଣି ଅଘଟଣ, ଖସିପଡ଼ିଲା ସିଲିଂ

ଗଞ୍ଜାମ: ବ୍ରହ୍ମପୁର ଏମକେସିଜିର ଖସିପଡ଼ିଲା ସିଲିଂ । ସୁପର ସ୍ପେଶଲିଷ୍ଟ ବ୍ଳକର ପଞ୍ଚମ ମହଲାରେ ପୁଣି ଅଘଟଣ। ପଞ୍ଚମ ମହଲାର ସିଲିଂ ଖସିପଡ଼ିଥିବା ସୂଚନା ମିଳିଛି । ପୂର୍ବରୁ ଏହି ୱାର୍ଡର ୟୁରୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା। ଏବେ ପୁଣି ଥରେ ସିଲିଂ ଖସିବାରୁ ମେଡିକାଲ ତିଆରି ନେଇ ଉଠିଲା ପ୍ରଶ୍ନବାଚୀ।

ତେବେ ଏହି ସିଲିଂ ଖସିବା ଫଳରେ କିଛି  ଅଘଟଣ ହୋଇନାହିଁ । ସେହି ସ୍ଥାନରେ କେହି ରୋଗୀ କି ତାଙ୍କ ସମ୍ପର୍କୀୟ ନଥିବାରୁ କାହାର କିଛି କ୍ଷତି ହୋଇନାହିଁ ।  କିଛିଦିନ ପୂର୍ବରୁ ଏହି ମେଡିକାଲର ଚତୁର୍ଥ ମହଲାରେ ମଧ୍ୟ ସିଲିଂ ଖସିଥିଲା। କେବଳ ଏତିକି ନୁହେଁ ଚତୁର୍ଥ ମହଲାରେ ପୂର୍ବରୁ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା। ତେବେ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ରୋଗଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି ।