ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା । ପୁଣି ଚାରି ଜଣ ଅଭିଯୁକ୍ତକୁ ଦୁଇ ଦିନିଆ ରିମାଣ୍ଡରେ ନେଲା ବୈଦ୍ୟନାଥପୁର ଥାନା ପୋଲିସ । କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତକୁ ପୋଲିସ ରିମାଣ୍ଡରେ ନେଇଛି । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଜେଲରୁ ବୈଦ୍ୟନାଥପୁର ଥାନା ପୋଲିସ ରିମାଣ୍ଡରେ ନେଇଛି । ଚାରି ଅଭିଯୁକ୍ତକୁ ରିମାଣ୍ଡରେ ନେଇ ବୈଦ୍ୟନାଥପୁର ଥାନାରେ ରଖାଯାଇ ପୋଲିସ ପଚରାଉଚରା କରୁଛି । ତଦନ୍ତକାରୀ ଅଧିକାରୀ ସହ ନିଜେ ବ୍ରହ୍ମପୁର ଏସପି ଶର୍ବଣା ବିବେକ ଏମ ମଧ୍ୟ ଚାରି ଅଭିଯୁକ୍ତଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ତାହସହ ସୁଦର୍ଶନକୁ ପୁଣି ଥାନାକୁ ଡକାଯାଇ ପଚରାଉଚରା କରୁଛି ପୋଲିସ । ଏସପି, ଅତିରିକ୍ତ ଏସପି, ଟାଉନ ଏସଡିପିଓ ଓ ବୈଦ୍ୟନାଥପୁର ଥାନା ଆଇଆଇସି ମାରାଥନ ଜେରା କରିଛନ୍ତି ।

