ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କନେଷ୍ଟବଳ ଉଦ୍ଧାର

1 min read

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ବାବାଜୀ ଢ଼ାବା ନିକଟରୁ ରକ୍ତାକ୍ତ ଅବସ୍ଥାରେ ଜଣେ କନେଷ୍ଟବଳଙ୍କୁ ଉଦ୍ଧାର କରାଯାଇଛି । କନେଷ୍ଟବଳ ଜଣକ ହେଉଛନ୍ତି ଟାଉନ ଥାନା ଅଧିନସ୍ଥ ଭାପୁର ବଜାର ଫାଣ୍ଡିରେ କାର୍ଯ୍ୟରତ ୨୦୦୯ ବ୍ୟାଚର ଜଗନ୍ନାଥ ପ୍ରଧାନ । ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ସମୟରେ ଲାଞ୍ଜିପଲ୍ଲୀ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ବାବାଜୀ ଢ଼ାବା ନିକଟରେ ଜଗନ୍ନାଥ ରକ୍ତାକ୍ତ ହୋଇ ପଡ଼ିବା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ ।

ପରେ ଆମ୍ବୁଲାନ୍ସ ଆସି କନେଷ୍ଟବଳ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାକୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ତେବେ ଏହା ଦୁର୍ଘଟଣା ନା ଆକ୍ରମଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ଶୌଚ ହେବାକୁ ଯାଇଥିବା ବେଳେ ଭାସିଗଲେ ବୃଦ୍ଧ, ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା

 

Leave a Reply