ବିପିନ ରାଓ୍ୱତଙ୍କ ମୃତ୍ୟ ପଛରେ ଚୀନର ହାତ!
2 min readନୂଆଦିଲ୍ଲୀ: ସିଡିଏସ ବିପିନ ରାଓ୍ୱତଙ୍କ ଚପର ଦୁର୍ଘଟଣା ପୂରା ଦେଶରେ ଶୋକ ଖେଳାଇ ଦେଇଛି । ବୀରପୁତ୍ରଙ୍କ ଅକାଳ ବିୟୋଗରେ ଲୁହରେ ଭିଜୁଛି ଦେଶ । ନେତାଙ୍କଠାରୁ ଜନତା ସବୁଠି ବିଶାଦର ଛାଇ । ସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶ ହରାଇଛି ସିଡିଏସ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ଏବଂ ୧୧ ବୀର ସନ୍ତାନଙ୍କୁ । ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି । ଏମିତି ସ୍ଥିତିରେ ଦୁର୍ଘଟଣାର କାରଣକୁ ନେଇ ଉଠୁଛି ଅନେକ ପ୍ରଶ୍ନ ଓ ସନ୍ଦେହ । ଏହି ସନ୍ଦେହର ନିଆଁରେ ଘିଅ ଢାଳିଛି ଚୀନ ।
#COMMENT
This view is like suspecting the US played a role in the crash because India and Russia are moving forward with the delivery of a Russian S-400 missile defense system, which the US strongly opposed. @Chellaney pic.twitter.com/cGgEhNrukT— Global Times (@globaltimesnews) December 8, 2021
ଆମେରିକା ଉପରେ ଦୋଷ ଲଦି ଚୀନ ଏମିତି ଏକ ମନ୍ତବ୍ୟ ଦେଇଛି ଯାହା ସନ୍ଦେହକୁ ଆହୁରି ଘନିଭୂତ କରୁଛି । ହେଲେ ସନ୍ଦେହ ଆମେରିକା ଉପରେ ନୁହେଁ ଚୀନ ଉପରକୁ ଆସୁଛି । ଦୁର୍ଘଟଣା ପଛରେ ଚୀନର ହାତ ଥିବା ସନ୍ଦେହ ଘନେଇବାରେ ଲାଗିଛି । ସତରେ କ’ଣ ସିଡିଏସ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଷଡଯନ୍ତ୍ର ରଚିଥିଲା ଚୀନ ?
ପୂରା ବିଶ୍ୱ ରାଓ୍ୱତଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିବା ବେଳେ ଚୀନର ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି ଏକ ସମ୍ବେଦୀନହୀନ ଖବର । ଯେଉଁଥିରେ ଭାରତୀୟ ସେନାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଯାଇଛି ।
At a time when China's 20-month-long border aggression has resulted in a warlike situation along the Himalayan front, the tragic death of India's chief of defense staff, Gen. Rawat, his wife and 11 other military personnel in a helicopter crash couldn't have come at a worse time.
— Brahma Chellaney (@Chellaney) December 8, 2021
ଏଥିରେ ଋଷ ଓ ଭାରତ ମଧ୍ୟରେ ନିକଟରେ ହୋଇଥିବା ସାମରିକ ଚୁକ୍ତିକୁ ଇଙ୍ଗିତ କରାଯିବା ସହ ଆମେରିକା ଏଭଳି କାଣ୍ଡ ଘଟାଇଥାଏ ବୋଲି ଚୀନ କହିଛି । ଋଷ ଠାରୁ ଭାରତ S-400 ମିଶାଇଲ କିଣିବାକୁ ଆମେରିକା ବିରୋଧ କରୁଥିଲା । ହେଲେ ଭାରତ ଆମେରିକାକୁ ଉପେକ୍ଷା କରି ଋଷ ସହ ଚୁକ୍ତି କରିଥିଲା ଓ S-400 ମଧ୍ୟ ଭାରତକୁ ଆସିବା ଆରମ୍ଭ ହୋଇଯାଇଛି । ଏହି ଦୁର୍ଘଟଣା ଋଷ ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତିର ପ୍ରତିଫଳ ହୋଇଥାଇପାରେ ବୋଲି ଚୀନ ସରକାରୀ ଗଣମାଧ୍ୟମ ଉଲ୍ଲେଖ କରିଛି ।
The strange parallel doesn't mean there was any connection between the two helicopter crashes or an outside hand. If anything, each crash has raised important internal questions, especially about maintenance of military helicopters transporting top generals.
— Brahma Chellaney (@Chellaney) December 8, 2021
ଚୀନର ଏପରି ମନ୍ତବ୍ୟ ତା’ ଉପରେ ସନ୍ଦେହ କରିବାକୁ ବାଧ୍ୟ କରୁଛି । କାରଣ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନୀ ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ସେ ଦୁର୍ଘଟଣା ପଛରେ ଚୀନର ହାତ ଥିବା ଓ ଚୀନର ଏକଛତ୍ରବାଦ କମ୍ୟୁନିଷ୍ଟ ପାର୍ଟି ଏହି ଦୁର୍ଘଟଣାର ଷଡଯନ୍ତ୍ର ରଚିଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି । ସେ ତାଙ୍କ ଟ୍ୱିଟରେ କହିଛନ୍ତି, ତାଇଓ୍ବାନ ସେନାମୁଖ୍ୟ ଜେନେରାଲ ମିଙ୍ଗ ଓ ବିପିନ ରାଓ୍ୱତଙ୍କର ଚୀନ ବିରୋଧୀ ଆଭିମଖ୍ୟ ରହିଥିଲା । ଗତବର୍ଷ ଜେନେରାଲ ମିଙ୍ଗଙ୍କ ହେଲିକପ୍ଟର କ୍ରାସ୍ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା । ଉଭୟ ମିଙ୍ଗ ଏବଂ ରାଓ୍ୱତଙ୍କ ହେଲିକପ୍ଟର କ୍ରାସରେ ସାମଞ୍ଜସ୍ୟ ରହିଛି ।
Here's the CCP mouthpiece misusing my tweet from a thread to accuse U.S. of being behind the helicopter crash that killed the top Indian general because India is buying Russian S-400 system! Its tweet sadly points to the depraved mindset of the CCP folks. https://t.co/4NUrlZ4Lj6
— Brahma Chellaney (@Chellaney) December 8, 2021
ଚେଲାନୀଙ୍କ ଏହି ଟ୍ୱିଟକୁ ନେଇ ଚୀନ୍ ଆମେରିକା ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛି । ଏହାସହ ଭାରତର ପ୍ରତିରକ୍ଷା ମୁଖ୍ୟଙ୍କ ମୃତ୍ୟୁ କେବଳ ଭାରତୀୟ ସେନାର ଶୃଙ୍ଖଳାର ଅଭାବ ନୁହେଁ ଯୁଦ୍ଧ ପ୍ରସ୍ତୁତିର ଅଭାବକୁ ମଧ୍ୟ ଦର୍ଶାଉଛି ବୋଲି ଗ୍ଲୋବାଲ ଟାଇମ୍ସରେ ଆର୍ଟିକିଲ ଲେଖିଛି । ଏହାଛଡ଼ା ଦେଶର ସାମରିକ ଆଧୁନିକୀକରଣ ପାଇଁ ମଧ୍ୟ ଏକ ବଡ ଝଟକା ବୋଲି ଚୀନ୍ ବିଶେଷଜ୍ଞମାନେ କହିଛନ୍ତି ।
ସେ ଯାହା ବି ହୋଇଥାଉ ଯଦି ସନ୍ଦେହରେ ଟିକିଏ ବି ସତ୍ୟତା ଥିବ ତେବେ ଏହା ଦେଶ ପାଇଁ କେତେ ବିପଦ ଜାଣିପାରୁଥିବେ । ଯଦି ଚୀନ ଏହି ଷଡଯନ୍ତ୍ର ରଚିଥିବ ତେବେ କେମିତି ରଚିଲା ? ଏହା ଚୀନର କୌଣସି ସାଇବର ଆଟାକ ନୁହେଁ ତ ? ସନ୍ଦେହ ଉପୁଜିଥିବା ବେଳେ ଏ ଦିଗରେ ତଦନ୍ତ ହେବା ନିହାତି ଆବଶ୍ୟକ । ଆଶା ଭାରତ ସରକାର ବି ଏହା ଉପରେ ନଜର ରଖିଥିବେ ଓ ନିଶ୍ଚିତ ଏ ଦିଗରେ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବେ ?