ପରୀକ୍ଷା ରଦ୍ଦ କରିବାକୁ ଦାବି, ସୁପ୍ରିମକୋର୍ଟରେ ପହଞ୍ଚିଲା ବିହାର BPSC ବିବାଦ

ନନ୍ଦିଘୋଷ ବ୍ୟୁରୋ: ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ବ୍ୟାପକ ଅନିୟମିତତା ମାମଲା ପହଞ୍ଚିଥିଲା ହାଇକୋର୍ଟରେ । ଏହି ପରିକ୍ଷାରେ ଅନିୟମିତତା ହୋଇଥିବାବେଳେ ପରୀକ୍ଷାକୁ ରଦ୍ଦ କରିବା ସହ ପୁଣିଥରେ କରାଇବାକୁ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି । ଏହାସହ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ଘଟଣାରେ ଜିଲ୍ଲାପାଳ ଏବଂ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଶନିବାର ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ପିଟିସନରେ ପରୀକ୍ଷାରେ ବ୍ୟାପକ ରିଗିଂ ହୋଇଥିବା ଅଭିଯୋଗ ହୋଇଛି । ତେବେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ସିବିଆଇ ଦ୍ବାରା ଘଟଣାର ଯାଞ୍ଚ କରିବାକୁ ଦାବି କରାଯାଇଛି ।