ଆଜି ବିହାରରେ ହେବ ବିପିଏସସି ମେନ୍ ପରୀକ୍ଷା

ନୂଆଦିଲ୍ଲୀ : ଆଜି ବିହାରରେ ଅନୁଷ୍ଠିତ ହେବ ବିହାର ପବ୍ଲିକ ସର୍ଭିସ କମିଶନ ମେନ୍ ପରୀକ୍ଷା । ପେପରଲିକ୍ ଅଭିଯୋଗ କରି ପରୀକ୍ଷା ବାତିଲ ପାଇଁ ହୋଇଥିବା ଆବେଦନକୁ ଗତ ବୁଧବାର ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ । ପେପର ଲିକ୍ ପ୍ରସଙ୍ଗରେ ସାରା ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଥିଲା ଆନ୍ଦୋଳନ । ପ୍ରଶ୍ନପତ୍ର ଲିକ୍ ହୋଇଥିଲା ବୋଲି ବିଭିନ୍ନ ପକ୍ଷ ହ୍ବାଟସଆପ୍ ମେସେଜ, ଭିଡିଓ କ୍ଲିପ ଆଦି ତଥ୍ୟ ଦାଖଲ କରିଥିଲେ । ମାତ୍ର ସମସ୍ତ ପକ୍ଷକୁ ଶୁଣି ପରୀକ୍ଷା ବାତିଲ ଆବେଦନକୁ ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ । ୭୦ତମ ବିପିଏସସି କମ୍ବାଇନଡ୍ କମ୍ପିଟିଟିଭ ଏଗଜାମକୁ ବାତିଲ କରିବା ଲାଗି ବହୁ ପିଟିସନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଥିଲେ ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ । ପିଟିସନରକାରୀଙ୍କ ପକ୍ଷରୁ ଲଢୁଥିଲେ ବରିଷ୍ଠ ଆଇନଜୀବୀ ଅଞ୍ଜନା ପ୍ରକାଶ । ସୁପ୍ରିମ କୋର୍ଟ କହିଥିଲେ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ସେପରି କୌଣସି ପ୍ରମାଣ ଉପଲବ୍ଧ ନୁହେଁ ।