ବିପିଏମ୍‌ଙ୍କୁ ବାନ୍ଧିଲେ ଶହ ଶହ ମହିଳା କର୍ମୀ

1 min read

ଟାଙ୍ଗୀ: ଚିଲିକାର ବିପିଏମ୍‌ଙ୍କୁ ବାନ୍ଧିଲେ ଶହ ଶହ ମହିଳା କର୍ମୀ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଓ ସୁଧ ପଇସା ହିସାବପତ୍ରରେ ଅଡ଼ୁଆ ନେଇ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ହରିପୁର ଗାଁରେ ।

ସୂଚନା ଅନୁଯାୟୀ, ଋଣ ମାମଲାରେ ଚିଲିକା ବ୍ଲକ ବିପିଏମ୍‌ ପ୍ରିୟଦର୍ଶୀ ଦାଶଙ୍କ ଅସହଯୋଗ ଓ ହିସାବପତ୍ରରେ ଗୋଳମାଳ ନେଇ ହରିପୁର ଆଞ୍ଚଳିକ ମହିଳା ମଞ୍ଚର ମହିଳାମାନେ ଅସନ୍ତୁଷ୍ଟ ଥିଲେ । ଗତକାଲି ସେ ଗାଁକୁ ଯାଇଥିବା ବେଳେ ତାଙ୍କୁ ମହିଳାମାନେ ଅଟକ ରଖିବା ସହ ବାନ୍ଧି ପକାଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଏବଂ ଟାଙ୍ଗୀ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ')}

Leave a Reply