ଦିନ ଦ୍ୱିପ୍ରହରରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ବିପିଏଲ୍ ଚାଉଳର ହେଉଛି କଳାବଜାରୀ, ଭିଡିଓ ହେଲା ଭାଇରାଲ

1 min read

କଟକ: ବିଗତ କିଛିଦିନ ହେବ ନକଲି ସାମଗ୍ରୀକୁ ନେଇ ଚର୍ଚ୍ଚାକୁ ଆସୁଛି କଟକ ସହର । ଆଉ ଏବେ କଳାବଜାରୀକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି । ଡ଼ର ଭୟକୁ ଖାତିର ନକରି କରୁଛନ୍ତି ଚୋରୀ । କୁଇଣ୍ଟାଲ୍ କୁଇଣ୍ଟାଲ୍ ବିପିଏଲ୍ ଚାଉଳର କଳାବଜାରୀ ହେଉଛି । ଗାଡ଼ି ଡିଲର ଦୋକାନରେ ଲାଗିବା କଥା, କିନ୍ତୁ ଖାଲି ପଡ଼ିଆରେ ଗାଡ଼ି ଛିଡ଼ା ହୋଇଛି । ଏମାନେ କୌଣସି ବିପିଲ ଉପଭୋକ୍ତା ନୁହଁନ୍ତି ।

ଏମାନେ ହେଉଛନ୍ତି ବିପିଏଲ୍‌ ଚୋର । ଉପଭୋକ୍ତାଙ୍କ ପାଇଁ ଆସିଥିବା ଚାଉଳକୁ ଗୋଟିଏ ଅଖାରୁ ଆଉ ଗୋଟିଏ ଅଖାକୁ ଖାଲି କରି ଚୋରାଚାଲାଣ କରୁଛନ୍ତି । ରାତି ନୁହେଁ, ଦିନ ଦ୍ୱିପହରେ କଟକ ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଆଉ ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି ।

ନିର୍ଜନ ସ୍ଥାନରେ ଏକ ଟାଟା ମ୍ୟାଜିକ୍ ଗାଡ଼ିରୁ ବସ୍ତା ବସ୍ତା ସରକାରୀ ପିଡିଏସ୍‌ ଚାଉଳ ଅନ୍ୟ ଏକ ବସ୍ତାକୁ ଖାଲି କରାଯାଉଛି । ଭାଇରାଲ୍ ଭିଡିଓଟି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର ବିରୋଳ ସାନକୋଷ୍ଟି ଗାଁର ବୋଲି କୁହାଯାଉଛି ।

ପିଡ଼ିଏସ୍ ଅଖାରୁ ସରକାରୀ ଚାଉଳ ଅଦଳବଦଳ କରୁଥିବା ଦୁଇଜଣ ଯୁବକ ଭଟିମୁଣ୍ଡା ଗାଁର ବୋଲି ଜଣାପଡ଼ିଛି । ସେପଟେ ଘଟଣା ନେଇ ତଦନ୍ତ ହେବ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ କହିଛନ୍ତି ।

Leave a Reply