ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକାଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣା। ପୁରୁଷ ବନ୍ଧୁଙ୍କୁ ଗିରଫ କଲା ଟାଉନ୍ ଥାନା ପୋଲିସ । ଗତକାଲି କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ଦାଶଙ୍କର ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କଲା ପୋଲିସ । ଗତକାଲି ପ୍ରିୟଙ୍କାଙ୍କ ପରିବାର ରୁଦ୍ର ମିଶ୍ରଙ୍କ ନାଁରେ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ମହିଳା ମହାବିଦ୍ୟାଳୟର Home Science ଅଧ୍ୟାପିକା ପ୍ରିୟଙ୍କା ଦାଶ ଗତ ୨ବର୍ଷ ପୂର୍ବେ ଏଠାରେ ଅଧ୍ୟାପନା କରୁଥିଲେ l
ତାଙ୍କ ଘର ବାଲେଶ୍ଵର ଜିଲ୍ଲା ତାଳପଦା ଗାଁରେ । ଗତକାଲି ସକାଳେ ପ୍ରିୟଙ୍କା, ନିଜ ଘର ଚାବି ବନ୍ଦ କରି କଲେଜ ଯିବା ସମୟରେ ହଠାତ୍ ତଳେ ପଡି ଯାଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ନିଜକୁ ଅଧ୍ୟାପକ ବୋଲି କହି ଫୋନ ଯୋଗେ ଖବର ଦେଇଥିଲେ ଜଣେ ବ୍ୟକ୍ତି । ତେବେ ମୃତ ପ୍ରିୟଙ୍କାଙ୍କ ଗଳାରେ ଏକ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାର ଲୋକେ କେନ୍ଦୁଝର ଟାଉନ୍ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ l ଫୋନ କରିଥିବା ବ୍ଯକ୍ତି କେନ୍ଦୁଝର ପୁରୁଣା ବଜାରର ରୁଦ୍ର ମିଶ୍ର ବୋଲି ଏତଲାରେ ପ୍ରିୟଙ୍କାଙ୍କ ଘର ଲୋକେ ପୋଲିସକୁ ଜଣାଇଥିଲେ । ରୁଦ୍ର ମିଶ୍ର ହିଁ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଥିଲେ ।…

