ସେବାୟତମାନେ ପିନ୍ଧିବେ ରଥ ରଙ୍ଗର ମାସ୍କ, ବୟନିକା ପକ୍ଷରୁ ପ୍ରସ୍ତୁତି ଆରମ୍ଭ

1 min read

ପୁରୀ: ରଥଯାତ୍ରାରେ ସେବାୟତମାନେ ପିନ୍ଧିବେ ବୟନିକା ଦ୍ଵାରା ପ୍ରସ୍ତୁତ ମାସ୍କ । ୫ ହଜାର ମାସ୍କ ପ୍ରସ୍ତୁତ କରିବା ଲାଗି ବୟନିକାକୁ ଅନୁରୋଧ କରିଛି ଶ୍ରୀ ମନ୍ଦିର ପ୍ରଶାସନ । ଏ ନେଇ ଚିଠି ମିଳିବା ପରେ ଆଜିଠାରୁ ଆରମ୍ଭ ହୋଇଛି ମାସ୍କ ତିଆରି ପ୍ରସ୍ତୁତି । ତିନିରଥର କପଡା ରଙ୍ଗ ଅନୁସାରେ ମାସ୍କ ମଧ୍ୟ ତିନି ପ୍ରକାର ଡିଜାଇନରେ ପ୍ରସ୍ତୁତ ହେବ । ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ରଙ୍ଗ କପଡାରେ ପ୍ରସ୍ତୁତ ହେବ ମାସ୍କ ।

ରଥାଯାତ୍ରା ପୂର୍ବରୁ ମାସ୍କ ଶ୍ରୀ ମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯିବ ବୋଲି ବୟନିକା ପକ୍ଷରୁ ସୂଚନା ଦିଆଯାଇଛି । ସେବାୟତଙ୍କ ସୁରକ୍ଷା ଲାଗି ସମସ୍ତ ସେବାୟତଙ୍କୁ ମାସ୍କ ଯୋଗାଇ ଦେବା ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଓଡିଶାର ପ୍ରସିଦ୍ଧ ବାନ୍ଧ ବସ୍ତ୍ରରେ ବୟନିକା ଦ୍ଵାରା ତିଆରି କରି ସେବାୟତଙ୍କୁ ଯ଼ୋଗାଇ ଦେବା ଲାଗି ସରକାରୀ ସ୍ଥରରେ ନିଷ୍ପତ୍ତି ହୋଇଛି ।

Leave a Reply