କାର୍ ନେଇ ରାଷ୍ଟ୍ରପତି ଭବନରେ ପଶିଥିଲେ, ଯୁବକ ଓ ଯୁବତୀ ଗିରଫ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରୁ ଦୁଇ ଯୁବକ ଓ ଯୁବତୀ ଗିରଫ ହୋଇଛନ୍ତି । ଏହି ଦୁଇ ଜଣ ରାତି ସମୟରେ କାର୍ ନେଇ ରାଷ୍ଟ୍ରପତି ଭବନରେ ପଶିଥିଲେ । ତେବେ ଘଟଣାଟି ସୋମବାର ଘଟିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭବନର ଗେଟ୍ ନଂ ୩୫ରେ କେହି କାର୍ ନେଇ ପ୍ରବେଶ କରୁଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଯାହା ପରେ ତୁରନ୍ତ ସୁରକ୍ଷା ଅଧିକାରୀ ଉଭୟ ପୁଅ ଓ ଝିଅଙ୍କୁ  ଅଟକାଇ ପଚରାଉଚରା କରିବା ସହ ଗିରଫ କରିଥିଲେ ।

ସମ୍ପୃକ୍ତ ଯୁବକ ଜଣକ ଦିଲ୍‌ଲୀର ସଙ୍ଗମ ବିହାରର ଶିବମ ବୋଲି ଜଣାପଡିଛି। ଆଉ ଘଟଣା ଦିନ ସେ ନିଶାରେ ଥିଲା ବେଳେ ତା’ ସହିତ ଜଣେ ଝିଅ ସାଙ୍ଗ ମଧ୍ୟ ଥିଲେ।  କେବଳ ଏତିକି ନୁହେଁ ରାଷ୍ଟ୍ରପତି ଭବନରେ ପଶିବା ପୂର୍ବରୁ ବାହାରେ ଥିବା ବ୍ୟାରିକେଡରେ ମଧ୍ୟ କାର୍ ଧକ୍କା ହୋଇଥିଲା । ଏ

ତେବେ ଏହି ମାମଲାରେ ପୋଲିସ ପକ୍ଷରୁ ଏଫଆଇଆର୍ ଦାଏର କରାଯାଇଥିଲା। ବୁଧବାର ଦିନ ଦୁଇ ଜଣଙ୍କୁ ସାଉଥ୍ ଏଭେନ୍ୟୁ ପୋଲିସ ଦିଲ୍ଲୀର ପଟିଆଲା କୋର୍ଟରେ ହାଜର କରିଥିଲା । ଯାହା ପରେ କୋର୍ଟ ଉଭୟଙ୍କୁ ଜେଲ୍ ପଠାଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।

Leave a Reply