ମିଲ୍‌ର ଦାମ ୨୦,୦୦୦ !

1 min read

ଭୋକ ଲାଗିଲା ବୋଲି ଖାଇଦେଲେ । ହେଲେ ସେଥିପାଇଁ ନଥିଲା ଅନୁମତି । ଏଣୁ ସମ୍ପୃକ୍ତ ଛାତ୍ରଙ୍କୁ ୨୦,୦୦୦ ଟଙ୍କା ଫାଇନ କରିଛନ୍ତି କଲେଜ କତ୍ତୃର୍ପକ୍ଷ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଲକ୍ଷ୍ନୌ ୟୁନିଭର୍ସିଟିରେ । ଘଟଣା ଅନୁଯାୟୀ ଗତ ମାସ ୩ ତାରିଖରେ ବି.ଏ ଦ୍ୱିତୀୟ ବର୍ଷର ଛାତ୍ର ଆୟୁଷ ସିଂହ ବିଶ୍ୱବିଦ୍ୟାଳୟ ସେଣ୍ଟ୍ରାଲ ମେସ୍‌ରେ ମଧ୍ୟାହ୍ନ ଭୋଜନ କରୁଥିଲେ । ହେଲେ ନିୟମ ମୁତାବକ କେବଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ଛାତ୍ର ହିଁ ସେଣ୍ଟ୍ରାଲ ମେସ୍‌ରେ ଭୋଜନ କରିପାରିବେ । କେହିଁ ଜଣେ ଏ ନେଇ ୟୁନିଭର୍ସିଟି ପ୍ରକ୍ଟରଙ୍କୁ ଜଣାଇବାରୁ ସେ ମେସ୍‌କୁ ଆସି ଆୟୁଷଙ୍କୁ ଧରିଥିଲେ । ଛାତ୍ର ଜଣଙ୍କ ସଙ୍ଗେ ସଙ୍ଗେ ଏ ନେଇ କ୍ଷମାପ୍ରାର୍ଥନା କରିବା ସହ ଭୋକ ଲାଗିବାରୁ ଭୋଜନ କରିଥିବା କହିଥିଲେ । ଏଥିସହିତ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି କରିବେନି ବୋଲି ମଧ୍ୟ କହିଥିଲେ । ହେଲେ ପ୍ରକ୍ଟର ବିନୋଦ କୁମାର ସିଂହ କୌଣସି କଥା ନଶୁଣି ଜରିମାନ ବାବଦକୁ ଧାର୍ଯ୍ୟ ଟଙ୍କା ସପ୍ତାହକ ମଧ୍ୟରେ ପଇଠ କରିବା ପାଇଁ କହିଥିଲେ । ନଚେତ୍‌ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ଏ ନେଇ ପ୍ରକ୍ଟରଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ବହୁବାର ହଷ୍ଚେଲରେ ରହୁନଥିବା ଛାତ୍ର ଫେକ୍‌ ନାଁ ରେଜିଷ୍ଟ୍ରରରେ ଦର୍ଶାଇ ଏଠାକୁ ଆସି ଭୋଜନ କରିଥାନ୍ତି । ଅପରପକ୍ଷରରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଆୟୁଷ ୟୁନିଭର୍ସିଟିରୁ କୌଣସି ସାମଗ୍ରୀ ନେଇ ଯାଇନାହାନ୍ତି, ଭୋକ ଲାଗିବାରୁ ଭୋଜନ କରିଛନ୍ତି । ମିଲ୍‌ ବାବଦକୁ ଟଙ୍କା ନେଇପାରିଥାନ୍ତେ କିନ୍ତୁ ୨୦ ହଜାର ଟଙ୍କା ଫାଇନ କରିବା ଅନ୍ୟାୟ ବୋଲି କହିଛନ୍ତି ୟୁନିଭର୍ସିଟି ଅନ୍ୟ ଛାତ୍ର ମାନେ । ')}

Leave a Reply