୧୮ ମାସ ହେଲା ଶୌଚ ଯାଉନାହାଁନ୍ତି, ସବୁଦିନ ଖାଉଛନ୍ତି ୨୦ ପଟ ରୁଟି
ଭୋପାଳ: କେବେ ଭାବିଛନ୍ତି କି ଗୌଟିଏ ଦିନ ଶୌଚ ନଯାଇ କେମିତି ରହିବେ ? ରହି ପାରିବେନି ନା । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ୧୬ ବର୍ଷର ଏହି ବାଳକ ଜଣଙ୍କ ବିଗତ ୧୮ ମାସ ହେଲା ଶୌଚ ଯାଇନାହାଁନ୍ତି । ଏହା ପଛର କାରଣ ଅଜବ ରୋଗ । ୧୮ ମାସ ହେଲା ଶୌଚ ଯାଇନଥିବା ବାଳକ ଜଣକ ଦୈନିକ ୧୮ରୁ ୨୦ ପଟ ରୁଟି ଖାଉଛନ୍ତି । ତାଙ୍କୁ ଏହାକୁ ନେଇ କୌଣସି ଅସୁବିଧା ହେଉନଥିବା ବେଳେ ପରିବାର ଲୋକ ଚିନ୍ତିତ ହୋଇ ପଡ଼ିଛନ୍ତି । ଅଜବ ରୋଗର ଏମିତି ମାମଲା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ମୁରୈନା ଜିଲ୍ଲାରେ ।
ମୁରୈନାର ଏକ ଗାଁର ଗରିବାର ପରିବାରର ବାଳକକୁ ଅଜଣା ରୋଗ ହୋଇଛି । ଡାକ୍ତର ତ ଚିକିତ୍ସା କରୁଛନ୍ତି ହେଲେ କାରଣ ଖୋଜି ନ ପାଇବା ପରେ ଯାଞ୍ଚ କରାଯିବ କହୁଛନ୍ତି । ମୁରୈନାର ସବଜିପୁରା ମନୋଜ ଚାନ୍ଦିଲଙ୍କ ୧୬ ବର୍ଷର ପୁଅ ଗତ ୧୮ ମାସ ହେଲା ଶୌଚ ଯିବାପାଇଁ ମେଡିକାଲ ଚକ୍କର କାଟୁଛି ।
ଅଜବ ରୋଗ ସମ୍ପର୍କରେ ଜାଣିବା ପରେ ପରିବାର ଲୋକ ପୁଅକୁ ମୁରୈନା, ଭିଣ୍ଡ ପରେ ଗ୍ୱାଲିୟର ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ରୋଗ ସମ୍ପର୍କରେ ଜାଣିବା ପାଇଁ ଯାଞ୍ଚ କରାଇଲେ । ତେବେ, ଏଯାବତ୍ କେଉଁ ରୋଗ ହୋଇଛି ଜଣାପଡ଼ିନାହିଁ ।
ଆଶିଷ ରାଜ ଦୈନିକ ୧୮ରୁ ୨୦ ପଟ ରୁଟି ଖାଉଛନ୍ତି । ଏହା ପରେ ବି ତାଙ୍କ ପେଟ କିମ୍ବା ଶରୀରରେ କୌଣସି ଅସୁବିଧା କିମ୍ବ ଲକ୍ଷଣ ଆସୁନାହିଁ । ଠିକ୍ ଠାକ୍ ଜୀବନ ଜିଉଁଛନ୍ତି ଆଶିଷ । ପୁଅକୁ କୌଣସି ବଡ଼ ରୋଗ ନହେଉ ତା ଚିନ୍ତାରେ ଅଛନ୍ତି । ଏହାକୁ ନେଇ ଶିଶୁରୋଗ ବିଶେଷଜ୍ଞ ବଡ଼ ଯାଞ୍ଚର ଆବଶ୍ୟକତା ଥିବା କହୁଛନ୍ତି ।