spot_img

Latest Posts

ମହିଳା ବକ୍ସିଂ ଫ୍ଲାଇୱେଟରେ କଲମ୍ବିଆର ଇଂଗ୍ରିଟ ଭେଲେନ୍ସିଆଙ୍କଠାରୁ ପରାସ୍ତ ହେଲେ ମେରିକମ୍

ଟୋକିଓ: ଟୋକିଓ ଅଲିମ୍ପକରେ ନିରାଶ କଲେ ମେରିକମ୍ । ପ୍ରିକ୍ୱାର୍ଟରରେ ପରାଜିତ ହେଲେ ଜିଦି ଗର୍ଲ । ମହିଳା ବକ୍ସିଂ ଫ୍ଲାଇୱେଟରେ ପରାସ୍ତ ହୋଇଛନ୍ତି ମେରିକମ୍ । କଲମ୍ବିଆର ଇଂଗ୍ରିଟ ଭେଲେନ୍ସିଆଙ୍କଠାରୁ ହାରିଲେ ମେରିକମ୍ । ଏଥିସହ ମେରି କମଙ୍କ ଟୋକିଓ ଅଲିମ୍ପିକ ଅଭିଯାନ ନିରାଶର ସମାପ୍ତ ହୋଇଛି।

ପ୍ରଥମ ରାଉଣ୍ଡରେ ମେରି କମ କୋଲମ୍ବିଆ ବକ୍ସରଙ୍କଠୁ ୧-୪ରେ ହାରିଥିଲେ। ଦ୍ଵିତୀୟ ରାଉଣ୍ଡରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଭାରତୀୟ ବକ୍ସର ୩-୨ରେ ଜିତିଥିଲେ। କିନ୍ତୁ ତୃତୀୟ ରାଉଣ୍ଡରେ ଭାଲେନସିଆ ମୁକାବିଲାକୁ ୩-୨ରେ ଜିତି ନେଇଥିଲେ।

କୋଲମ୍ବିଆର ଏହି ଖେଳାଳି ୨୦୧୬ ରିଓ ଅଲିମ୍ପିକର କାଂସ୍ୟ ପଦକ ଜିତିଥିଲେ। ମେରି କମ ଏହା ପୂର୍ବରୁ ଦୁଇ ଥର କୋଲମ୍ବିଆ ବକ୍ସରଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ଉଭୟ ଥର ଜିତିଥିଲେ। ଏଥିରେ ୨୦୧୯ ବିଶ୍ଵ ଚାମ୍ପିଅନଶିପର କ୍ଵାର୍ଟର ଫାଇନାଲ ମଧ୍ୟ ସାମିଲ। ହେଲେ ଆଜିର ମୁକାବିଲାରେ କୋଲମ୍ବିଆର ବକ୍ସର ଇଙ୍ଗ୍ରିଟ୍ ଭାଲେନସିଆ ତାଙ୍କ ଉପରେ ଭାରି ପଡିଛନ୍ତି। ମେରି କମ ଭାଲେନସିଆଙ୍କଠୁ ୩-୨ରେ ପରାଜିତ ହୋଇଛନ୍ତି।

ଏହା ପୂର୍ବରୁ ମେରି କମ ଡୋମିନିକା ଗଣରାଜ୍ୟର ମିଗୁଏଲିନା ଗାର୍ସିଆଙ୍କୁ ହରାଇ ଟୋକିଓ ଅଲିମ୍ପିକର ପ୍ରିକ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୦୧୨ ଅଲିମ୍ପିକରେ ମେରି କମ କାଂସ୍ୟ ପଦକ ଜିତିଥିଲେ।

Latest Posts

Don't Miss