ଖୁବଶୀଘ୍ର ୧ ହଜାର କୋଟି ଛୁଇଁବ RRR

1 min read

ନୂଆଦିଲ୍ଲୀ: ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ RRR ସିନେମାଘରେ ଦୁଇ ସପ୍ତାହ ଧରି ରାଜ୍‌ କରୁଛି ।  ପ୍ରଥମ ସପ୍ତାହରେ ଫିଲ୍ମ ଜବରଦସ୍ତ କଲେକ୍ସନ୍‌ କରିଥିଲା । କିନ୍ତୁ ଦ୍ୱିତୀୟ ସପ୍ତାହରେ ସାମାନ୍ୟ କମିଗଲା ।  ଫିଲ୍ମର ହିନ୍ଦୀ ଭର୍ସନ ଘରୋଇ ବକ୍ସ ଅଫିସରେ ୨୦୦ କୋଟି ଅତିକ୍ରମ କରି ସାରିଛି ।  କିନ୍ତୁ ସମସ୍ତ ଭାଷାର ଓ୍ୱାର୍ଲଡ ଓ୍ୱାଇଡ କଲେକ୍ସନ୍‌ ଖୁବଶୀଘ୍ର ୧ ହଜାର କୋଟି ଛୁଇଁବାକୁ ଯାଉଛି ।  ଯାହା ତୃତୀୟ ସପ୍ତାହରେ ପୂରା ହୋଇଯିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି ।

୨୫ ମାର୍ଚ୍ଚ ସିନେମାଘରେ ରିଲିଜ୍‌ ହୋଇଥିବା RRR ୭ ଅପ୍ରେଲକୁ ୧୪ ଦିନ ପୂରା କରି ସାରିଛି ।  ବକ୍ସ ଅଫିସ ରିପୋର୍ଟ ଅନୁସାରେ ଫିଲ୍ମ ଗୁରୁବାର ପ୍ରାୟ ୬ କୋଟି କଲେକ୍ସନ୍‌ କରିଥିଲା । ଯାହା ସହିତ ୧୪ ଦିନର ନେଟ୍‌ କଲେକ୍ସନ୍‌ ୨୦୯ କୋଟିରେ ପହଞ୍ଚି ସାରିଛି ।  ପ୍ରଥମ ଏପ୍ରିଲରୁ ୭ ଏପ୍ରିଲ ମଧ୍ୟରେ ଦ୍ୱିତୀୟ ସପ୍ତାହରେ  ଓ୍ୱିକେଣ୍ଡ ପରେ ଫିଲ୍ମର କଲେକ୍ସନ୍‌ ଉପରେ ପ୍ରଭାବ ପଡ଼ିଛି ।

ଏବେ ଯଦି ଓ୍ୱାର୍ଲଡ ଓ୍ୱାଇଡ କଲେକ୍ସନ୍‌ ବିଷୟରେ ଆଲୋଚନା କରିବା ତେବେ, RRR ରିଲିଜର ୩ ଦିନ ମଧ୍ୟରେ  ୫ ଶହ କୋଟିର ଗ୍ରସ୍‌ କଲେକ୍ସନ କରିସାରିଥିଲା ।  ଏବେ ଫିଲ୍ମ ୧୦୦୦ କୋଟି ଗ୍ରସ୍‌ କଲେକ୍ସନ୍‌ ଆଡ଼କୁ ମୁହାଁଉଛି ।  ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ଫିଲ୍ମ ପ୍ରାୟ ୯୫୦ କୋଟି ରୋଜଗାର କରି ସାରିଛି ।