ବ୍ୟାଟ୍ସମ୍ୟାନ ମନୋରଞ୍ଜନ କରନ୍ତି, ବୋଲର ମ୍ୟାଚରେ ନିର୍ଣ୍ଣାୟକ ଭୂମିକା ନିଅନ୍ତି : ମେହମୁଦ

1 min read

ନୂଆଦିଲ୍ଲୀ:  କ୍ରିକେଟ ଖେଳ ପ୍ରସଙ୍ଗ ଉଠିଲେ , ଆଖି ଆଗକୁ ଚାଲି ଆସନ୍ତି ବିଧ୍ୱଂସୀ ବ୍ୟାଟ୍ସମ୍ୟାନ । ଚୌକା, ଛକାର ବର୍ଷା । ହେଲେ ଏହି କ୍ରିକେଟ ବ୍ୟାଟ୍ସମ୍ୟାନ ସର୍ବସ୍ୱ ଖେଳ ନୁହେଁ । ବୋଲରଙ୍କ ମଧ୍ୟ ସମାନ ପ୍ରାଧାନ୍ୟ ରହିଛି । ଟେଷ୍ଟ, ଦିନିକିଆ ଏବଂ ଟି-ଟ୍ୱେଣ୍ଟିଂରେ ସବୁଥିରେ ବୋଲରଙ୍କ କମାଲ ଦେଖିବାକୁ ମିଳିଥାଏ । ହେଲେ ଅଧିକାଂଶ ଚର୍ଚ୍ଚା କେବଳ ବ୍ୟାଟ୍ସମ୍ୟାନଙ୍କ ନାଁରେ ହୁଏ । ଏହି ପ୍ରସଙ୍ଗରେ ମତ ରଖିଛନ୍ତି  ପାକିସ୍ଥାନ କ୍ରିକେଟର ଆଜାର ମେହମୁଦ ।

IPL 2020 KL Rahul Mayank Agarwal Orange Cap Purple Cap

ଆଇପିଏଲ ଚାଲିଥିବା ସମୟରେ ଆର୍ନ୍ତଜାତୀୟ ଗଣମାଧ୍ୟମକୁ ଏକ ବିଶେଷ ସାକ୍ଷାତକାର ଦେଇ ମେହମୁଦ ଏହି କଥା କହିଛନ୍ତି । ଗତକାଲି ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ମୁମ୍ବାଇ ମଧ୍ୟମଧରଣର ଏକ ସମ୍ମାନଜନକ ସ୍କୋରକୁ ପିଛା କରିଥିଲା । ଏହା କେବଳ ସମ୍ଭବ ହୋଇଥିଲା ଇଣ୍ଡିଆନ୍ସଙ୍କ ପେସ୍ ଆକାଟ ପାଇଁ । ସବୁ ମ୍ୟାଚରେ ଲମ୍ବା ସ୍କୋର ବୋଲରଙ୍କ ଉପରେ ଚାପ କମ କରିଥାଏ । ଅପରପକ୍ଷରେ କମ ରନ ସଂଗ୍ରହ ହୋଇଥିଲେ ବୋଲରଙ୍କ ଦାୟିତ୍ୱ ବଢିଯାଇଥାଏ । ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦର ଉଦାହରଣ ଦେଇ ଆଜାର ଏହି କଥା କହିଥିଲେ ।

୨୦୧୬ରେ ହାଇଦ୍ରାବାଦ ଚମ୍ପିୟାନ ହେବାର ମୂଳ କାରଣ ଥିଲା ଭୁବନେଶ୍ୱର କୁମାର ଏବଂ ମୁସ୍ତାଫିକର ରେହମାନଙ୍କ ବୋଲିଂ । ଚଳିତ ଥର କେବଳ ମୁମ୍ବାଇ ନୁହେଁ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଅନେକାଂଶରେ ବୋଲଙ୍କ ଉପରେ ନିର୍ଭରଶୀଳ । ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, କ୍ରିସ ମୋରିସ ଏବଂ ନବଦୀପ ସେନୀ ହିଁ ଦଳକୁ ବର୍ତ୍ତମାନ ଏକ ସମ୍ମାନ ଜନକ ପରିସ୍ଥିତିରେ ରଖିଛନ୍ତି । ୨୦୧୭ କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ, ପ୍ରାୟ ୫୪ ପ୍ରତିଶତ ଭଲ ବୋଲିଂ କରିଥିବା ଦଳ ହିଁ ମ୍ୟାଚ ଜିତିବାରେ ସହାୟକ ହୋଇ ଥାଆନ୍ତି । ୨୧ ପ୍ରତିଶତ ମ୍ୟାଚରେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଥାଏ ।

୧୯୮୩ ବିଶ୍ୱକପ ଭାରତ ବୋଲରଙ୍କ ଯୋଗୁ ହିଁ ବିଜୟୀ ହୋଇଥିଲା । ୨୦୧୧ରେ ବୋଲର ହିଁ ପ୍ରତିପକ୍ଷକୁ କମ୍ ରନରେ ରଖିପାରୁଥିଲେ । ୨୦୦୭ ଟି-୨୦ ବିଶ୍ୱପକପରେ ଶ୍ରୀସନ୍ଥ, ଆରପି ସିଂ, ହରଭଜନ ସିଂ, ଯୋଗିନ୍ଦର ଶର୍ମା ଏବଂ କେତେକାଂଶରେ ରବୀନ ଉଥାପ୍ପା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ ଯଶପ୍ରୀତ ବୁମରା, ଟ୍ରେଣ୍ଡ ବୋଲ୍ଟ, ପାଟିନସନ ଭଳି ପ୍ରଭାବଶାଳୀ ବୋଲର ରହିଛନ୍ତି । ଯାହା ମୁମ୍ବାଇକୁ ଅଧିକ ସନ୍ତୁଳିତ କରୁଛି ।

ତେଣୁ ମୋଟାମୋଟି ମାନେ ବ୍ୟାଟ୍ସମ୍ୟାନମାନେ ମନୋରଞ୍ଜନ କରିଥାନ୍ତି, ହେଲେ ବୋଲର ମ୍ୟାଚ ଜିତାଇଥାଆନ୍ତି ବୋଲି ଆଜାର କହିଛନ୍ତି । କୌଣସି ଟେଷ୍ଟରେ ବ୍ୟାଟିଂ କରିଚାଲିଲେ ବିଶାଳ ସ୍କୋର ହେବା ସହ ମ୍ୟାତ ଡ୍ର ଆଡକୁ ଯିବ । ହେଲେ ବୋଲର ଯଦି ଉଇକେଟ ନେବା ଆରମ୍ଭ କରିନେବ, ତେବେ ତାହା ଫଳାଫଳ ବାହାର କରିବାରେ ସହାୟକ ହେବ ।

 

Leave a Reply