ବିଷପିଇ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ, ଚିକିତ୍ସାଧୀନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଲିକପଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି ୨ ଭଉଣୀ ବିଷ ପିଇଥିବାର ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ସାନ ଭଉଣୀର ବୌଦ୍ଧ ମୁଖ୍ୟ ମେଡିକାଲରେ ଚିକିତ୍ସା ଜାରି ରହିଛି । ମହାଲିକପଡ଼ା ଗାଁରେ ୨ ବର୍ଷର ପୁଅ ସହିତ ମଣ୍ଟୁ ସାହୁ ଓ ତାଙ୍କ ସ୍ତ୍ରୀ ନଳିନୀ ସାହୁ ରହୁଥିଲେ । ତାଙ୍କ ସହିତ ନଳିନୀ ସାହୁଙ୍କ ସାନଭଉଣୀ ଅର୍ଥାତ ମଣ୍ଟୁ ସାହୁଙ୍କ ଶାଳୀ ମଧ୍ୟ ରହୁଥିଲେ । ଗତକାଲି ସ୍ଵାମୀ ଘରେ ନଥିବା ସମୟ ଦୁଇ ଭଉଣୀଙ୍କ ମଧ୍ୟରେ କଳହ ହୋଇଥିଲା । ଏହାକୁ ନେଇ ଦୁଇ ଭଉଣୀ ବିଷ ପିଇଦେଇଥିଲେ । ଉଭୟଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ସ୍ଵାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବୌଦ୍ଧ ମେଡିକାଲରେ ବଡ଼ ଭଉଣୀ ନଳିନୀ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ସାଲିନୀ ଚିକିତ୍ସା ଜାରି ରହିଛି । ମୃତଦେହ ଜବତ କରି ବୌଦ୍ଧ ପୋଲିସ ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।