ମିଆଁମାରରେ ଚମକିବେ ବୌଦ୍ଧର ଝିଅ ଅନିଶା

1 min read
Boudh Girl Anisha Meher Selected For International Beauty Pesent Of Little Specific World-2021

ବୌଦ୍ଧ: ଅନିଶା ହେବେ ଆନ୍ତର୍ଜାତୀୟ ମଡେଲ । ମିଆଁମାରରୁ ଆଣିବେ ବୌଦ୍ଧ ପାଇଁ ଗୌରବ । ବୌଦ୍ଧର ଝିଅ ଅନିଶା ମେହେର । ନବମ ଶ୍ରେଣୀରେ ପଢୁଥିବା ଅନିଶା ୨୦୨୧ ଏପ୍ରିଲରେ ମିଆଁମାରର ମଣ୍ଡଲେରେ ହେବାକୁ ଥିବା ଆନ୍ତର୍ଜାତୀୟ ବିୟୁଟି ପିଜେଣ୍ଟ ଅଫ୍ ଲିଟିଲ ମିସ୍ ପେସିଫିକ୍ ୱାର୍ଲ୍ଡ-୨୦୨୧ରେ ପ୍ରି-ଟିନ୍ ବିଭାଗରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି । ବିଶ୍ୱର ୩୫ଟି ଦେଶର ପ୍ରତିଯୋଗୀ ଏହି ସୋରେ ଭାଗ ନେବାକୁ ଥିବା ବେଳେ ଅନିଶା ଭାରତରୁ ଜଣେ ମାତ୍ର ପ୍ରତିନିଧି ରହିବେ ।

Boudh Girl Anisha Meher Selected For International Beauty Pesent Of Little Specific World-2021

ଦେଶ ପାଇଁ ଗୌରବ ଆଣିବେ ଓଡ଼ିଆ ଝିଅ । ମିଆଁମାରରେ ଚମକିବେ ବୌଦ୍ଧର ଝିଅ ଅନିଶା ମେହେର । ଅନ୍ତର୍ଜାତୀୟ ବିୟୁଟି ପିଜେଣ୍ଟ ଅଫ ଲିଟିଲ ମିସ ପେସିଫିକ୍ ୱାର୍ଲ୍ଡ-୨୦୨୧ ପ୍ରି-ଟିନରେ କରିବେ ପ୍ରତିନିଧିତ୍ୱ । ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ପଢୁଥିବା ଅନିଶା ଲକଡାଉନ ସମୟରେ ଅଲଲାଇନ ପ୍ରି-ଟିନ (୧୪ ବର୍ଷରୁ କମ୍‌) ଫେସନ ସୋରେ ଅଡିସନ ଦେଇଥିଲେ । ୧୦୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଅନିଶା ଏଥିରେ ମନୋନୀତ ହୋଇଥିଲେ । ମିଆଁମାରର ମଣ୍ଡଲେରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ବିୟୁଟି ପିଜେଣ୍ଟ ଅଫ୍ ଲିଟିଲ ମିସ୍ ପେସିଫିକ୍ ୱାର୍ଲ୍ଡ-୨୦୨୧ରେ ପ୍ରି-ଟିନ୍ ବିଭାଗ ।

Boudh Girl Anisha Meher Selected For International Beauty Pesent Of Little Specific World-2021

ମେଗା କାର୍ଯ୍ୟକ୍ରମ ୯୦ଟି ଦେଶରେ ସିଧାପ୍ରସାରଣ କରାଯିବ । ବିଜେତାଙ୍କୁ ନଗଦ ପୁରସ୍କାର, ମୁକୁଟ ତଥା ବିଜ୍ଞାପନ ପାଇଁ ଅଫର ଦିଆଯିବ । ପିଲାବେଳୁ ନାଚ, ଗୀତ, ଫେସନ ସୋ, ଚିତ୍ରକଳା ତଥା କରାଟେରେ ରୁଚି ରଖିଛନ୍ତି ଅନିଶା । ଆଉ ତାଙ୍କରି ଏହି ରୁଚି ଆଗକୁ ବଢିବାର ରାସ୍ତା ଦେଖାଇଛି ବୌଦ୍ଧ ଠାରେ ଥିବା ପ୍ରଣାମ ନୃତ୍ୟ ଏକାଡେମୀ । ଭବିଷ୍ୟତରେ ଜଣେ ଡାକ୍ତର ହେବାର ଆଶା ରଖିଛନ୍ତି ଅନିଶା ।

Leave a Reply