ପାଣି ଛାଡ଼ୁନି ଛତିଶଗଡ଼, ବୌଦ୍ଧ ଜିଲ୍ଲାରେ ଦେଖା ଦେଲାଣି ଜଳ ସଂକଟ

Boudh Facing Water Scarcity For Chhattisgarh Closed Water Flow To Mahanadi

ବୌଦ୍ଧ: ଗ୍ରୀଷ୍ମଋତୁ ଆରମ୍ଭରୁ ମହାନଦୀ ଶୁଖିଗଲାଣି । ଛତିଶଗଡ଼ର ବେଆଇନ୍ ନିର୍ମାଣ ଯୋଗୁ ମହାନଦୀରେ ଜଳସ୍ରୋତ କମିବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ଦେଖାଦେଇଛି ଜଳସଂକଟ । ମହାନଦୀ ଶୁଖିଲା ପଡ଼ିଥିବାରୁ ଜିଲ୍ଲାବାସୀଙ୍କୁ ପିଇବା ପାଣି ଚିନ୍ତା ଘାରିଛି । ଖରାଦିନିଆ ଚାଷ ମଧ୍ୟ ପ୍ରଭାବିତ ହେବ ବୋଲି ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି ।

Boudh Facing Water Scarcity For Chhattisgarh Closed Water Flow To Mahanadi

ଛତିଶଗଡ଼ର ମନମାନି ପାଇଁ ଓଡ଼ିଶାର ଜୀବନରେଖା ମହାନଦୀ ଶୁଖିଯିବାକୁ ବସିଛି । ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ନିର୍ମାଣ ଯୋଗୁ ମହାନଦୀରେ ଜଳପ୍ରବାହ କମିଛି । ସ୍ଥାନେ ସ୍ଥାନେ ମହାନଦୀ ସମ୍ପୂର୍ଣ୍ଣ ଶୁଖି ଯାଇଛି । ଗ୍ରୀଷ୍ମ ଆରମ୍ଭରୁ ଦେଖାଦେଇଛି ଜଳ ସମସ୍ୟା । ମନମୁଣ୍ଡାଠାରୁ ଅତଲସରା ପର୍ଯ୍ୟନ୍ତ ପ୍ରାୟ ୧୦୦ କିଲୋମିଟର ବ୍ୟାପୀ ମହାନଦୀର ଗର୍ଭ ମରୁଭୂମି ପାଲଟିଛି । ଯାହାକୁ ନେଇ ଚିନ୍ତାରେ ବୌଦ୍ଧ ଜିଲ୍ଲାବାସୀ ।

Boudh Facing Water Scarcity For Chhattisgarh Closed Water Flow To Mahanadi

ମହାନଦୀ ଶୁଖିଲା ପଡ଼ିଥିବାରୁ ବୌଦ୍ଧ ସହରକୁ ଜଳ ଯୋଗାଣ ସମସ୍ୟା ସୃଷ୍ଟି ହୋଇଛି । ସ୍ରୋତର ଦିଗ ପରିବର୍ତ୍ତନ କରି ପାଣି କୂଳକୁ ଆଣି ବିଶୋଧନ କରାଯାଉଛି ବୋଲି ବୌଦ୍ଧ ଜିଲ୍ଲାପାଳ କହିଛନ୍ତି । ମହାନଦୀ ଉପରେ ନିର୍ଭର କରି ଚଳିଆସୁଥିବା ମତ୍ସ୍ୟଜୀବୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଶୀଘ୍ର ବିକଳ୍ପ ବ୍ୟବସ୍ଥା କରାନଗଲେ ବୌଦ୍ଧ ଜିଲ୍ଲାରେ ପାଣିର ଉତ୍କଟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।