ଓପନର୍ ‘ଜୋତା’ର ଦାମ୍ ଲକ୍ଷେ ଟଙ୍କା

1 min read

ଇଟାଲି: ବୋତଲ ଓପନର୍‌ କାମ ଦେବ ଜୋତା । ଆଜ୍ଞା ହଁ, କଥାଟା ଶୁଣିବାକୁ ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ । ଗୋଡ଼ରେ ରହୁଥିବା ଜୋତାରେ ବୋତଲ କେମିତି ଖୋଲିବ ? କିନ୍ତୁ ଫ୍ରେଞ୍ଚ୍ ରିଟେଲର ବେଟମେଣ୍ଟସ କମ୍ପାନୀ ଲୋକଙ୍କ ପାଇଁ ଏଭଳି ଏକ ନିଆରା ଜୋତା ଭେଟି ଦେଇଛି ।

Related image

ବର୍ତ୍ତମାନ ଅନ୍‌ଲାଇନ୍‌ କିଣାକିଣି ଅଧିକ ଚାଲିଥିବା ବେଳେ ଏହି ଜୋତା ଏବେ ଡିମାଣ୍ଡରେ ରହିଛି । ଜୋତାର ଖାସ୍‌ କଥା ହେଉଛି, ଜୋତାର ପଛପଟେ ସିଲ୍‌ଭର୍‌ କଲରର ବୋତଲ ଓପନର ଖଞ୍ଜାଯାଇଛି । ଏହି ଲାଟେଷ୍ଟ ବ୍ରାଣ୍ଡେଡ୍‌ ଲେଦର ଜୋତାର ଦାମ୍‌ ରହିଛି ୧ ଲକ୍ଷ ଟଙ୍କା । କମ୍ପାନୀ ନିଜ ଇନ୍‌ଷ୍ଟା ପେଜ୍‌ରେ ଏହାକୁ ସେୟାର କରିବା ପରେ ବହୁ ଲୋକ ପସନ୍ଦ କରିବା ସହିତ ଅର୍ଡର କରିବାକୁ ଚାହୁଁଛନ୍ତି । କ୍ରୋକ୍‌ -ଇଫେକ୍ଟ ଲେଦର ଜୋତା ଇଟାଲିରେ ତିଆରି ହୋଇଛି । ଜୋତାର ଡିଜାଇନ୍‌ ବି ସୁନ୍ଦର, ଯାହା ମୃହିଳାଙ୍କ ମନଲୋଭା ହୋଇଛି । ବିଶେଷକରି ପାର୍ଟି ଆୟୋଜକଙ୍କ ପାଇଁ ଏହି ଜୋତା ଅଧିକ କାମରେ ଆସିବ । ଯ଼ଦି ପାର୍ଟିରେ ଓପନର ନେବାକୁ ଭୁଲିଯାଇଛନ୍ତି ତ ଗୋଡ଼ରୁ ଜୋତା କାଢ଼ି ବୋତଲ ଖୋଲିପାରିବେ । ')}

Leave a Reply