ମସ୍କ ଦେଲେ ଖୁସି ଖବର, ବିନା ଫୋନ ନମ୍ବରରେ Xରୁ କରିହେବ କଲ୍‌

1 min read

ନନ୍ଦିଘୋଷ ବ୍ୟୁରୋ: ଏଣିକି ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସ ୟୁଜର୍ସଙ୍କ ପାଇଁ ଖୁସି ଖବର  । ଖୁବଶୀଘ୍ର ଏକ୍ସରେ ଉଭୟ ଭିଡିଓ ଓ ଅଡିଓ କଲ ସୁବିଧା ଆରମ୍ଭ ହେବ  । ଖାସ କଥା ହେଉଛି ଏଥିପାଇଁ ମୋବାଇଲ ନମ୍ବରର ଆବଶ୍ୟକତା ପଡିବ ନାହିଁ  । IOS, ଆଣ୍ଡ୍ରଏଡ, ମ୍ୟାକ୍‌ ଓ କମ୍ପ୍ୟୁଟରରେ ବି ଏହି ସୁବିଧା ଉପଲବ୍ଧ ହେବ  ।

ସେପ୍ଟେମ୍ବର ମାସ ଆରମ୍ଭରୁ ଏକ୍ସରେ ଭଏସ ଓ ଭିଡିଓ କଲର ସୁବିଧା ମିଳିବା ନେଇ ଆଶା କରାଯାଉଛି  । ମିଡିଆ ରିପୋର୍ଟ ମୁତାବକ, ୟୁଜର୍ସଙ୍କ ମେସେଜ ସେକ୍ସନରେ ଅଡିଓ ବା ଭିଡିଓ କଲର ଅପସନ୍‌ ରହିବ  । ହେଲେ ଏହି ଫିଚର କାହା ପାଇଁ ଉପଲବ୍ଧ ହେବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ  । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଟୁଇଟର ମୁଖ୍ୟ ଏଲନ ମସ୍କ ।

ସାରାବିଶ୍ବରେ ସୋସିଆଲ ମିଡିଆକୁ ନୂଆ ରୂପ ଦେବାକୁ କମ୍ପାନୀ ପ୍ରୟାସ କରୁଛି । ଏକ୍ସ ଗ୍ଲୋବାଲ ଆଡ୍ରେସ ବୁକ ହେବ ବୋଲି ମସ୍କ କହିଛନ୍ତି । ମସ୍କ ଟ୍ବିଟରକୁ କିଣିବା ପରଠୁ ପର୍ଯ୍ୟାୟ କ୍ରମେ ପରିବର୍ତ୍ତନ ଚାଲିଛି । ୟୁଜର୍ସଙ୍କ ପାଖରେ ଗ୍ରହଣୀୟତା ଲାଗି ନୂଆ ନୂଆ ଫିଚର୍ସ ଆପଣାଉଛି କମ୍ପାନୀ ।