ଜନସନ୍ କହିଲେ ମୋତେ ତେନ୍ଦୁଲକର ଓ ଅମିତାଭ ବଚ୍ଚନ ପରି ଫିଲ୍ ହେଉଛି

ନନ୍ଦିଘୋଷ ବ୍ୟୁରୋ: ଭାରତ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ  । ସ୍ୱାଧିନତା ପରେ ଭାରତ ମାଟିରେ ପାଦ ଥାପିଛନ୍ତି ପ୍ରଥମ ବ୍ରିଟେନ ପ୍ରଧାନମନ୍ତ୍ରୀ  । ସେପଟେ ଭାରତର ଆତିଥ୍ୟତାରେ ଅଭିଭୁତ ହୋଇଛନ୍ତି ବୋରିସ ଜନସନ୍  । ଜନସନ କହିଛନ୍ତି , ଯେଉଁଭଳି ଭାବେ  ମୋତେ ଭାରତ ମାଟିରେ ଲୋକେ ସ୍ୱାଗତ କଲେ, ଲାଗୁଛି ମୁଁ ସଚିନ ତେନ୍ଦୁଲକର ।  ମୋର ଯେତିକି ହୋଡ଼ିଂ ଲାଗିଛି ନିଜକୁ ଅମିତାଭ ବଚ୍ଚନ ପରି ଫିଲ ହେଉଛି ।  ଭାରତର ଅତିଥି ଦେବ ଭବଃ ମନ୍ତ୍ରରେ ଅଭିମନ୍ତ୍ରିତ ବୋରିସ ଜନସନ  । ଖୁସି ପ୍ରକଟ କରିବା ସହ ଏଭଳି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ  ।

ବ୍ରିଟେନରୁ ସିଧା ଗୁଜରାଟରେ ପହଁଚିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ  । ସାବରମତୀରେ ଥିବା ଗାନ୍ଧୀଜୀଙ୍କ ଆଶ୍ରମକୁ ଗସ୍ତ କରିଥିଲେ  । ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ଆହ୍ୱାନକୁ ଜାଣିବା ସହ ବାପୁଙ୍କ ଅରଟରେ ସୂତା କାଟିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ  । ଅକ୍ଷର ଧାମ ମନ୍ଦିର ପରିଦର୍ଶନ ମଧ୍ୟ କରିଥିଲେ ଜନସନ  । ନୂଆଦିଲ୍ଲୀ ଗସ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ହାଇଦ୍ରାବାଦ ହାଉସରେ ଆଲୋଚନା କରିଥିଲେ  ।

ବୈଠକରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ଏକାଧିକ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି । ସଫ୍ଟଓୟାର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ୧ ବିଲିୟନ୍ ପାଉଣ୍ଡର ଚୁକ୍ତି ସ୍ବାକ୍ଷର ହୋଇଛି । ପ୍ରତିରକ୍ଷା, ବ୍ୟବସାୟ, ପରିବେଶ ଓ ଶକ୍ତି କ୍ଷେତ୍ରରେ ଉଭୟ ରାଷ୍ଚ୍ର ମଧ୍ୟରେ ଆଲୋଚନା ହୋଇଛି । ରାଷ୍ଟ୍ରପତି ଭବନରେ ବୋରିସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ପରେ ଉଭୟଙ୍କ ମଧ୍ୟରେ ବୈଠକ ହୋଇଥିଲା  । ତେବେ ଦୁଇ ନେତାଙ୍କ ମଧ୍ୟରେ ଆତଙ୍କବାଦ ଓ ପ୍ରତିରକ୍ଷା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା ।