ମାଟି ତଳୁ ୫୦ ଫୁଟ ଉପରକୁ ଆପେ ଆପେ ଉଠିଗଲା ବୋର ୱେଲ

ଅନୁଗୁଳ: ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ହେଲେ ନ ଦେଖିଲା ଯାଏ କେହି ସହଜରେ ବିଶ୍ୱାସ କରି ପାରିବେ ନାହିଁ ଯେ ମାଟି ତଳୁ ୫୦ ଫୁଟ ଉପରକୁ ଏକ ବୋର ୱେଲ ଉଠି ଯାଇଛି । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟ୍ଟା ଗ୍ରାମରେ ।  ଘଟଣାରୁ ପ୍ରକାଶ ଯେ ବାଲିପଟ୍ଟା ଗ୍ରାମର ସ୍ୱର୍ଗତ ଜିଲ୍ଲା ପରିଷଦ ସଭ୍ୟ ତାଙ୍କ ଘର ପଛ ପଟ ବଗିଚାରେ ଦେଢବର୍ଷ ପୂର୍ବେ ଏକ ବୋର୍‌ୱ୍ୱେଲ୍ ଖୋଳିଥିଲେ । ଏହି ବୋର୍‌ୱେଲ୍‌ର ଗଭୀରତା ୩ ଶହ ଫୁଟ ରହିଥିଲା ।

ବୋର୍‌ୱେଲ୍ ଭିତରକୁ ୨ଶହ ଫୁଟ ପର୍ଯ୍ୟନ୍ତ କେସିଙ୍ଗ୍ ପାଇପ ପଶିଥିଲା । ତେବେ ରବିବାର ଦିନ ସନ୍ଧ୍ୟାରେ କିଛି ଶ୍ରମିକ ବଗିଚାରେ ପାଣି ଦେଉଥିବା ବେଳେ ହଠାତ ପାଣି ବନ୍ଦ ହୋଇଯାଇଥିଲା । ତେବେ ଶ୍ରମି୍‌କ ମାନେ ବୋରୱେଲ ପାଖକୁ ଆସି ଦେଖିବାରୁ ଏହି ବୋର୍‌ୱେଲ୍ ଭିତରକୁ ଯାଇଥିବା କେସିଙ୍ଗ୍ ପାଇପ୍ ମଧ୍ୟରୁ ପ୍ରାୟ ୫୦ ଫୁଟ ପାଇପ୍ ହଠାତ ରପରକୁ ଉଠି ରହିଥିବା ଦେଖିବାକୁ ପାଇଥିଲେ ।

ଘଟଣାଟି ଗ୍ରାମରେ ପ୍ରଘଟ ହେବା ପରେ ଗ୍ରାମବାସୀ ଏହା ଏକ ଅଲୌକିକ ଘଟଣା ଭାବି ଦେଖିବାକୁ ଭିଡ଼ ଜମାଇଥିଲେ ।  ତେବେ ଜଳ ଓ ପରିମଳ ବିଭାଗ ପକ୍ଷରୁ ଭିତରେ ପାଣି କିମ୍ବା ଗ୍ୟାସର ପ୍ରେସର ଯୋଗୁଁ ଏହା ହୋଇଥାଇ ପାରେ ବୋଲି କୁହା ଯାଇଛି ।

Leave a Reply