spot_img

Latest Posts

ପୂର୍ବ ଲଦାଖରେ ବଢାଉଛି ସୈନ୍ୟ ବଳ… ସାଟେଲାଇଟ୍ ଇମେଜରୁ ସାମ୍ନାକୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ସେନା ବିବାଦକୁ ନେଇ ଉତ୍ତେଜନା। ଚୀନ୍‌ର ନୂଆ ଚାଲ୍‌ ସାମ୍ନାକୁ ଆସିଛି । ଗୋଟେପଟେ ସମାଧାନ ପାଇଁ ଆଲୋଚନା ଅନ୍ୟପଟେ ସୀମାରେ ସେନା ଶକ୍ତି ବଢାଉଛି ଚୀନ୍‌। ପୂର୍ବ ଲଦାଖରେ ପେଙ୍ଗୋଗ ସୋ, ଗଲୱାନ୍‌ ଘାଟି ଅନ୍ୟ ଅଞ୍ଚଳରେ ଅଧିକ ସଂଖ୍ୟାରେ ସେନା ମୁତୟନ କରୁଛି ଚୀନ୍‌। ଏଲଏସି ନିକଟବର୍ତ୍ତି ଅଞ୍ଚଳର କିଛି ନୂଆ ସାଟେଲାଇଟ୍‌ ଇମେଜ ସାମ୍ନାକୁ ଆସିଛି।

ଏଥିରେ ଏଲଏସିର ଉଭୟ ପାର୍ଶ୍ୱରେ ଚୀନ୍‌ ସେନାର ବଙ୍କର ଦେଖିବାକୁ ମିଳିଛି। ଏଥିସହ ଚୀନ୍‌ ଯବାନ ଓ କିଛି ଢାଞ୍ଚା ଦେଖାଯାଉଛି। ଜୁନ୍‌ ୧୫ ରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ସଂଘର୍ଷରେ ୨୦ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତର କଡା ଆଭିମୁଖ୍ୟ ସତ୍ତ୍ୱେ ପୁଣି ଚୀନ୍‌ କିଛି ଢାଞ୍ଚା ନିର୍ମାଣ କରୁଥିବା ସାଟେଲାଇଟ୍‌ ଇମେଜରୁ ଦେଖିବାକୁ ମିଳିଛି।

ସେପଟେ ଗତକାଲି ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଯୁଗ୍ମସଚିବ ସ୍ତରୀୟ ବୈଠକ ବସିଥିଲା। ଏଥିରେ ଉଭୟ ପକ୍ଷ ଏଲଏସି ନିୟମକୁ କଡାକଡି ଭାବେ ପାଳନ କରିବା ଉପରେ ଜୋର ଦେଇଥିଲେ। ଶାନ୍ତି ବଜାୟ ରଖିବା ପାଇଁ ଡବ୍ଲୁଏମ୍‌ସିସି ଢାଞ୍ଚାରେ ଉଭୟ କୁଟନୈତିକ ଓ ସାମରିକସ୍ତରରେ ଯୋଗାଯୋଗଗ ବଜାୟ ରଖିବାକୁ ଭାରତ ଓ ଚୀନ୍‌ ସହମତ ହୋଇଥିଲେ।

Latest Posts

Don't Miss