ଭୋଟିଂ ବେଳେ ବୁଥରେ ଉତ୍ତେଜନା, ପୋଲିସର ଲାଠି ଚାର୍ଜ

ଧାମନଗର: ଧାମନଗର ଉପନିର୍ବାଚନ ବେଳେ ଖପରପଦା ସରକାରୀ ଉଚ୍ଚ ବିଦ୍ୟାଳୟର ୧୭ ଓ ୧୮ ନଂ ବୁଥରେ ଦେଖାଦେଇଛି ଉତ୍ତେଜନା । ବୁଥ କ୍ୟାପଚର କରିବାକୁ ଉଦ୍ୟମ ବେଳେ ଧରିଲେ ବିଏସଏଫ ଯବାନ । ଅଭିଯୋଗ ମୁତାବକ ଭୋଟିଂ ଚାଲିଥିଲାବେଳେ କିଛି ବିଜେପି ନେତା ବୁଥ ଭିତରେ ଗଣ୍ଡଗୋଳ କରିଥିଲେ  । ଏମିତିକି ବୁଥ୍ ଟ୍ୟାମ୍ପରିଂ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ମଧ୍ୟ ହୋଇଛି  ।

ଏହି ସମୟରେ ୪୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ଲାଠିଚାର୍ଜ ହୋଇଥିବା ଜଣା ପଡିଛି । ଶାନ୍ତି ଶୃଙ୍ଖଳାରେ ଭୋଟିିଂ ଚାଲିଥିବାବେଳେ ଏପରି ପରିସ୍ଥିତି କାହିଁକି ଘଟିଲା ତାହାର କାରଣ ଖୋଜୁଛି ପୋଲିସ  । ସେପଟେ ଏଭଳି ଅପ୍ରିତୀକର ପରିସ୍ଥିତି ଘଟିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସ୍ଥାନୀୟ ଭୋଟର  । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି, ଗଣ୍ଡଗୋଳର କାରଣ ଖୋଜୁଛି  ।