କେମିତି ହୋଇଥିଲା ଶ୍ରୀଦେବୀଙ୍କ ମୃତ୍ୟୁ? ୫ ବର୍ଷ ପରେ ମୁହଁ ଖୋଲିଲେ ସ୍ୱାମୀ ବୋନି କପୁର

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରୀର ନାମିଦାମୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ କିଏ ବା ନଜାଣେ? ତେବେ ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରାୟ ୫ ବର୍ଷ ହୋଇଗଲାଣି । ହେଲେ ୫ ବର୍ଷ ପରେ ବୋନି କପୁର ଏକ ଇଣ୍ଟରଭ୍ୟୁରେ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ ବିଷୟରେ କହିଛନ୍ତି । ବୋନି କପୁର କହିଛନ୍ତି ଯେ ତାଙ୍କ ମୃତ୍ୟୁ ନ୍ୟାଚୁରାଲ ଭାବେ ହୋଇନଥିଲା ।

ବୋନି ଆହୁରି ମଧ୍ୟ କହିଛନ୍ତି, ଶ୍ରୀଦେବୀଙ୍କୁ ସବୁ ବେଳେ ନିଜକୁ ସୁନ୍ଦର ରଖିବା ଓ ଫିଗର ମେଣ୍ଟନ କରିବା ପସନ୍ଦ ଥିଲା। ଏଥିପାଇଁ ସେ ପ୍ରାୟତଃ ଡାଏଟ୍ କରନ୍ତି । ହେଲେ କମ୍ ବିପି ରହିବା ଯୋଗୁ ତାଙ୍କୁ ଡାକ୍ତର କହିଥିଲେ ଯେ ଏନେଇ ତାଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେବେ ତାଙ୍କର ବିବାହ ହୋଇଥିଲା, ସେହି ସମୟରୁ ହିଁ ସେ ଏହି ସବୁ କାରଣ ପାଇଁ ବେହୋସ ହୋଇ ଯାଆନ୍ତି। ଶ୍ରୀଦେବୀ ସୁବୁବେଳେ କ୍ରାସ୍ ଡାଏଟ୍ କରୁଥିଲେ। ତେବେ ଏହି କାରଣରୁ ତାଙ୍କର ଏକ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ହେଲେ ସେ କେବେ କାହା କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ ।

ପୂର୍ବ ସୂଚନା ମୁତାବକ, ଶ୍ରୀଦେବୀଙ୍କ ମୃତ୍ୟୁ ଦୁବାଇର ଏକ ହୋଟେଲର ବାଥ୍ରୁମରେ ପାଣିରେ ବୁଡିବା ଯୋଗୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବୋନି କପୁରଙ୍କୁ ପୋଲିସ ବହୁତ ସମୟ ଧରି ପଚରାଉଚରା କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଶରୀରକୁ ମୁମ୍ବାଇ ଅଣାଯାଇଥିଲା ଏବଂ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ହେଲେ ଏବେ ମଧ୍ୟ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଅଛି ।