ସିଡନୀର ବଣ୍ଡି ବିଚ୍ ପାର୍କରେ ଗୁଳିମାଡ, ୧୦ ମୃତ
ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆର ସିଡନୀ ସହରରେ ଗୁଳିମାଡ଼ । ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ସିଡନୀର ବଣ୍ଡି ବିଚ ପାର୍କରେ ଏହି ଗୁଳିକାଣ୍ଡ ଘଟିଛି ।
ଏହା ଏକ ଟାର୍ଗେଟେଡ ଆଟାକ ବୋଲି ସ୍ଥାନୀୟ ପୋଲିସ କହିଛି । ଇହୁଦୀମାନେ ହାନୁକା ଉତ୍ସବ ମନାଉଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଘଟଣା ଭିଆଇଥିବା ଜଣେ ବନ୍ଧୁକଧାରୀ ପୋଲିସ ହାତରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣଙ୍କୁ କାବୁ କରାଯାଇଛି । ଦୁର୍ବୃତ୍ତମାନେ ୩ଟି ବନ୍ଧୁକରେ ଅନ୍ଧାଧୁନ ଗୁଳିମାଡ଼ କରିଥିଲେ ।
ଘଟଣା ପରେ ସେଠାରେ ୨୫ଟି ହେଲିକପ୍ଟର, ଡାକ୍ତରୀ ଟିମ, ସ୍ବତନ୍ତ୍ର ଅପରେସନ ଟିମ ମୁତୟନ କରାଯାଇଛି । ଆହତମାନଙ୍କୁ ସେଣ୍ଟ ଭିନସେଣ୍ଟ, ରୟାଲ ପ୍ରିନ୍ସ ଆଲଫ୍ରେଡ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ପ୍ରଧାନମନ୍ତ୍ରୀ ଅନ୍ଥୋନି ଆଲବାନିସ ନିନ୍ଦା କରିଛନ୍ତି । ବଣ୍ଡି ବିଚ ହେଉଛି ସିଡନୀରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ।

