ଆନ୍ଧ୍ରକୁ ଶ୍ରମିକ ଚାଲାଣ ବେଳେ ଉଦ୍ଧାର କଲା ନୂଆପଡ଼ା ପୋଲିସ

1 min read

ଆନ୍ଧ୍ରପ୍ରଦେଶକୁ ଶ୍ରମିକ ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଛି ନୂଆପଡ଼ା ପୋଲିସ । ସୁନାବେଡ଼ା ଓ ଗାତିବେଡ଼ା ଗାଁରୁ ଆନ୍ଧ୍ରପ୍ରଦେଶକୁ ୭ ଶିଶୁଙ୍କ ସହ ୧୯ ଶ୍ରମିକ ଚାଲାଣ ହେଉଥିଲେ ।

ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ବେଳେ କୋମନା ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା  । ପରେ ଗାଡିକୁ ଅଟକାଇ ସମସ୍ତଙ୍କୁ  ଉଦ୍ଧାର କରିଛି ପୋଲିସ। ଶ୍ରମିକ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ବୋଲେରୋ ଗାଡ଼ିକୁ ଜବତ କରିଛି ପୋଲିସ । ଏହାସହ ଗାଡ଼ି ଚାଳକ ଓ ଦଲାଲଙ୍କୁ ପୋଲିସ ଗିରଫ କରିଛି । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଗାଁରେ ଛାଡିବା ସହ ଘଟଣାର ତଦନ୍ତ ଜାରି ରଖିଛି ସ୍ଥାନୀୟ ପୋଲିସ  ।

  ')}

Leave a Reply