ଗଞ୍ଜା ମରିବାରୁ ପଡ଼ୋଶୀ ଘର ଉପରକୁ ଫିଙ୍ଗିଦେଲେ ବୋମା

ପାଟଣା: କୁକୁଡ଼ା ମରିବାରୁ ବୋମାମାଡ଼ । ଏମିତି ଘଟଣା ଘଟିଛି ବିହାରର ଗୋପାଳଗଞ୍ଜ ଜିଲ୍ଲାରେ । ଯେଉଁଠି କିଛି ଲୋକ ଏକ ଗଞ୍ଜା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଘର ଉପରକୁ ବୋମାମାଡ଼ କରିବା ସହ ଗୁଳିମାଡ଼ କରିଛନ୍ତି । ଏହାପରେ ଦୁଇ ଦୁର୍ବୃତ୍ତ ବାଇକରେ ଖସି ପଳାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ଗୋପାଳଗଞ୍ଜ ସହରର ଅଧିବକ୍ତା ନଗରରେ ଏଭଳି ଘଟିଛି । ପୋଲିସ ଘଟଣାସ୍ଥଳରେ ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରୁଛି । ଦିନେଶଲାଲ୍ ଶ୍ରୀବାସ୍ତବଙ୍କ ଘରେ ଉପରକୁ ବୋମାମାଡ଼ ହୋଇଥିବା ବେଳେ କାହାର କ୍ଷତି ହୋଇ ନାହିଁ । ଦିନେଶଲାଲଙ୍କ ଭାଇ କହିଛନ୍ତି, ଅଭିଯୁକ୍ତ ପରିବାର ଯାଦୁ ଉପରେ ଭରସା ରଖନ୍ତି । ଭାଇର ଘର ଆଗରେ କିଛି ଲୋକ ଏକାଠି ହୋଇ କଥା ହେଲେ ତ ସେମାନଙ୍କୁ ଲାଗିଲା ଷଡ଼ଯନ୍ତ୍ର ହେଉଛି । ସେହି ସମୟରେ ତାଙ୍କ ଗଞ୍ଜା ମରିଯିବାରୁ ସେମାନଙ୍କୁ ଲାଗିଲା ସେହି ଲୋକମାନେ ଗଞ୍ଜାକୁ ମାରିଦେଲେ ।

ଦିନେଶଙ୍କ ଭାଇ ଦେବେନ୍ଦ୍ରଙ୍କ ଅନୁସାରେ, ବୋମା ଫିଙ୍ଗିବା ପୂର୍ବରୁ ଦୁର୍ବୃତ୍ତ ଘର ଉପରକୁ ଚଢ଼ିଥିଲେ । ଦିନେଶ ଘରେ ନଥିବାରୁ ସେମାନେ ବାହାରୁ ବୋମା ଫିଙ୍ଗିଥିଲେ । ପୋଲିସ ଏବେ ଘଟଣାର ଯାଞ୍ଚ କରୁଥିବା ବେଳେ କେହି ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି ।

Leave a Reply