ବ୍ଯବସାୟୀଙ୍କ ଗ୍ଯାରେଜରେ ବୋମାମାଡ଼, ଜଳିଗଲା ଦାମୀ ଗାଡି

କାମାକ୍ଷାନଗର: ବ୍ଯବସାୟୀଙ୍କ ଗ୍ଯାରେଜରେ ବୋମାମାଡ଼। ବୋମା ପକାଇବା ସହ ପେଟ୍ରୋଲ ପକାଇ ପିକଅପ ଭ୍ଯାନ ଜାଳିଦେଲେ ଦୁର୍ବୃତ୍ତ । କାମାକ୍ଷାନଗର ଥାନା ସାଇବିହାର ଲେନର ସରୋଜ ଭୂଷଣ ମହାନ୍ତିଙ୍କ ଗ୍ୟାରେଜରେ ବୋମାମାଡ଼ ହୋଇଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋମା ମାରିବା ସହ ପେଟ୍ରୋଲ ପକାଇ ପିକଅପ ଭ୍ଯାନ ଜାଳି ଦେଇଛନ୍ତି । ଏହାଛଡ଼ା ଦାମୀ ଫର୍ଚ୍ୟୁନର ଉପରେ ମଧ୍ଯ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । କିଏ ଓ କାହିଁକି ବୋମାମାଡ଼ କରିଛି ସେନେଇ ପୋଲସ ତଦନ୍ତ କରୁଛି । ବ୍ଯବସାୟିକ ଶତୃତାରୁ କେହି ଏପରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।