କୋଣାର୍କରେ ବୋମାମାଡ଼: ମହିଳା ସଭାନେତ୍ରୀଙ୍କ ଘର ଉପରକୁ ବୋମାମାଡ଼
1 min read
କୋଣାର୍କ: କୋଣାର୍କରେ ବୋମାମାଡ଼ । ସ୍ଥାନୀୟ ମହିଳା ମହାସଙ୍ଘର ସଭାପତି ମିନର୍ଭା ରାଉତଙ୍କ ଘର ଉପରକୁ ବେମାମାଡ଼ । ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମିନର୍ଭାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ଖବର ପାଇ କୋଣାର୍କ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜମିଜମା ବିବାଦକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ମହିଳା ସଂଗଠନର ଜମି ଜବରଦଖଲକୁ ନେଇ କିଛି ଦିନ ତଳେ ବିବାଦ ହୋଇଥିଲା । ଏନେଇ କୋଣାର୍କ ଥାନାରେ ମିନର୍ଭା ଅଭିଯୋଗ କରିଥିବା ବେଳେ, ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମିନର୍ଭାଙ୍କ ଅଭିଯୋଗ ପରେ ଉତ୍କ୍ଷୀପ୍ତ ହୋଇ ଦୁର୍ବୃତ୍ତମାନେ ଏଭଳି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
https://www.facebook.com/NandighoshaTV/videos/625217695097033/