ପୂର୍ବତନ ସରପଞ୍ଚଙ୍କ ବାସଭବନରେ ବୋମାମାଡ଼
1 min read
ବାଙ୍କୀ : ବାଙ୍କୀ କୁସପଙ୍ଗି ପଞ୍ଚାୟତର ପୂର୍ବତନ ସରପଞ୍ଚ ପୁଷ୍ପଲତା ପରିଡାଙ୍କ ବାସଭବନରେ ବୋମାମାଡ଼ । ପୁଷ୍ପଲତାଙ୍କ ନିସ୍ତିପୁର ସ୍ଥିତ ବାସଭବନରେ ବୋମାମାଡ଼ ହୋଇଛି । ବିଳମ୍ବିତ ରାତିରେ ଏହି ବୋମା ମାଡ଼ ହୋଇଥିବା ଜଣାପଡିଛି । ବୋମାମାଡ଼ରେ ବୋଲର ଓ ଟାଟାଏସିର କିଛି ଅଂଶ ନଷ୍ଟ ହୋଇଥିବା ବେଳେ, କିଏ ଓ କାହିଁକି ବୋମାମାଡ଼ କଲା ତାହା ସ୍ପଷ୍ଟ ହୋଇନାହିଁ । ଘର ଉପରକୁ ବୋମା ମାଡ଼ ସମୟର ଭିଜୁଆଲ CCTVରେ କଏଦ ହୋଇଛି । ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।