ଆର୍ୟନ ଖାନଙ୍କ ପାଇଁ ହାଇକୋର୍ଟଙ୍କ ୧୪ ସର୍ତ୍ତ, ଉଲ୍ଲଂଘନ କଲେ ରଦ୍ଦ ହେବ ଜାମିନ୍

1 min read
Bombay High Court Conditions For Aryan Khan Bail

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସରେ ଆର୍ୟନ ଖାନଙ୍କୁ ଗୁରୁବାର ଜାମିନ୍ ମିଳିଥିବା ବେଳେ ଆଜି ଆସିଛି ଅର୍ଡର କପି । ବମ୍ବେ ହାଇକୋର୍ଟ ଆର୍ୟନ ଖାନଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଆଜି ଜାମିନ୍ ଅର୍ଡର ଆସିଥିଲେ ମଧ୍ୟ ଅର୍ଡର କପି ନିର୍ଦ୍ଧାରିତ ସମୟରେ ଆର୍ଥର ରୋଡ୍ ଜେଲରେ ପହଞ୍ଚି ନଥିବାରୁ ଶୁକ୍ରବାର ରାତି ଜେଲରେ ବିତାଇବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ଆଜି ମୁକୁଳିବେନି ଆର୍ୟନ, ଜେଲରେ ପହଞ୍ଚିନି ବେଲ୍ ଅର୍ଡର

ଗୁରୁବାର ବମ୍ବେ ହାଇକୋର୍ଟ ଆର୍ୟନ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ଜାମିନ୍ ଦେଇଥିଲେ । ଜାମିନ୍ ସହ ୧୪ଟି ସର୍ତ୍ତ ରଖିଛନ୍ତି କୋର୍ଟ । ଯେଉଁ ସର୍ତ୍ତ ଉଲ୍ଲଂଘନ କଲେ ଆର୍ୟନଙ୍କ ଜାମିନ୍ ରଦ୍ଦ ହୋଇଯିବ ।

ହାଇକୋର୍ଟଙ୍କ ସର୍ତ୍ତ

  1. ପ୍ରତ୍ୟେକ ଅଭିଯୁକ୍ତଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଭରିବାକୁ ପଡ଼ିବ ।
  2. ଅଭିଯୁକ୍ତ ଏଭଳି କୌଣସି ମାମଲାରେ ପୁଣି ଥରେ ସାମିଲ୍ ହେବେ ନାହିଁ ।
  3. ଅଭିଯୁକ୍ତ କୌଣସି ସହ-ଅଭିଯୁକ୍ତଙ୍କ ସମ୍ପର୍କରେ ରହିବେ ନାହିଁ । ମାମଲା ସହ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଜଡ଼ିତ କାହା ସହ ସମ୍ପର୍କ ପାଇଁ ଚେଷ୍ଟା କରିବେ ନାହିଁ ।
  4. ମାମଲା ଏନଡିପିଏସ୍ କୋର୍ଟରେ ଥିବା ପର୍ଯ୍ୟନ୍ତ ଅଭିଯୁକ୍ତ ମାମଲାକୁ ପ୍ରଭାବିତ କଲା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ।
  5. ଅଭିଯୁକ୍ତ ନିଜେ ଅଥବା କାହା ଦ୍ୱାରା ପ୍ରମାଣ ନଷ୍ଟ ପାଇଁ ଚେଷ୍ଟ କରିବେନି ।
  6. ସମସ୍ତ ଅଭିଯୁକ୍ତଙ୍କୁ ନିଜର ପାସପୋର୍ଟ ସ୍ୱତନ୍ତ୍ର କୋର୍ଟରେ ଜମା କରିବାକୁ ପଡ଼ିବ ।
  7. ଏହି ମାମଲାକୁ ନେଇ ଅଭିଯୁକ୍ତ ଟେଲିଭିଜନ, ପ୍ରିଣ୍ଟ ଅଥବା ସୋସିଆଲ୍ ମିଡିଆରେ କୌଣସି ମତ ରଖିବେ ନାହିଁ ।
  8. ଏନଡିପିଏସର ସ୍ୱତନ୍ତ୍ର ବିଚାରପତିଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇ ପାରିବେ ନାହିଁ ଅଭିଯୁକ୍ତ ।
  9. ମୁମ୍ବାଇ ବାହାରକୁ ଯିବାକୁ ହେଲେ ତଦନ୍ତକାରୀ ଅଧିକାରୀଙ୍କୁ ସୂଚନା ଦେବେ ଅଭିଯୁକ୍ତ ।
  10. ପ୍ରତି ଶୁକ୍ରବାର ଦିନ ୧୧ଟାରୁ ୨ଟା ଯାଏଁ ଏନସିବି କାର୍ଯ୍ୟାଳୟରେ ହାଜିରା ଦେବେ ଅଭିଯୁକ୍ତ ।
  11. କୋର୍ଟରେ ଶୁଣାଣିର ପ୍ରତି ତାରିଖରେ ଅଭିଯୁକ୍ତ ଉପସ୍ଥିତ ରହିବେ ।
  12. କେସର ଟ୍ରାଏଲ୍ ବେଳେ ଅଭିଯୁକ୍ତ ବିଳମ୍ବ କରିବେ ନାହିଁ ।
  13. ଯେତେବେଳେ ବି ତଦନ୍ତ ପାଇଁ ଏନସିବି ଡାକିବ, ଅଭିଯୁକ୍ତ ଆସିବେ ।
  14. ଏହି ସର୍ତ୍ତ ଉଲ୍ଲଂଘନ କଲେ ରଦ୍ଦ ହୋଇଯିବ ଜାମିନ୍ ।

Leave a Reply