ମାଓ ଲିଙ୍କ୍ ମାମଲା, ଜି.ଏନ. ସାଇବାବା ଦୋଷମୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜି.ଏନ. ସାଇବାବା ଦୋଷମୁକ୍ତ । ମାଓବାଦୀଙ୍କ ସହ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିଲେ ସାଇବାବା । ତାଙ୍କୁ ଦୋଷମୁକ୍ତ କରିବା ସହ ଜେଲରୁ ତୁରନ୍ତ ଖଲାସ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏହା ସହ ଦୋଷୀ ସାବ୍ୟସ୍ତ ସମେତ ଆଜୀବନ କାରାଦଣ୍ଡାଦେଶ ରାୟ ବିରୋଧରେ ଆବେଦନକୁ ମଞ୍ଜୁର କରିଛନ୍ତି ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠ ।

ଗତ ୨୦୧୭ରେ ମାଓ ଲିଙ୍କ୍ ଅଭିଯୋଗରେ ସାଇବାବାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ମହାରାଷ୍ଟ୍ର ଗଡଚିରୋଲିର ଜଣେ ଦୌରାଜଜ । ଏହା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ସାଇବାବା । ଜଷ୍ଟିସ ରୋହିତ ଦେଓ ଓ ଜଷ୍ଟିସ ଅନୀଲ ପାନସାରେଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଇବାବାଙ୍କୁ ସପକ୍ଷରେ ରାୟ ଦେଇଛନ୍ତି । ହୁଇଲଚେୟାରରେ ଯାଆସ କରୁଥିବା ସାଇବାବା ବର୍ତ୍ତମାନ ନାଗପୁର ସେଣ୍ଟ୍ରାଲ ଜେଲରେ ରହିଛନ୍ତି । ୟୁଏପିଏ ଆଇନ ଅନୁସାରେ ସାଇବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।