spot_img

Latest Posts

ସାଧାରଣତନ୍ତ୍ର ଦିବସ ପୂର୍ବରୁ ବହୁ ସ୍କୁଲକୁ ବୋମା ଧମକ ; ବୋମା ଧମକ ପରେ ପୋଲିସର ସର୍ଚ୍ଚ ଅପରେସନ ଜାରି

ନନ୍ଦିଘୋଷ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ବହୁ ସ୍କୁଲକୁ ବୋମା ଧମକ। ବୋମାରେ ସ୍କୁଲକୁ ଉଡ଼ାଇ ଦେବା ଲାଗି ଆସିଲା ଧମକପୂର୍ଣ୍ଣ ମେଲ୍। ନୋଏଡ଼ା ଓ ଅହମ୍ମଦାବାଦର ବିଭିନ୍ନ ସ୍କୁଲକୁ ବୋମାରେ ଉଡ଼ାଇଦେବା ଲାଗି ଆସିଛି ଧମକ। ନୋଏଡ଼ାର ଶିବ ନାଦର ସ୍କୁଲକୁ ବୋମା ଧମକ ମିଳିଥିବାବେଳେ ଅହମ୍ମଦାବାଦରେ କିଛି ଘରୋଇ ସ୍କୁଲକୁ ବି ଇମେଲରେ ବୋମା ଆସିଛି ଧମକ। ବୋମା ଧମକ ପରେ ସ୍କୁଲ ଖାଲିକରାଯାଇଛି। ଏହା ସହ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ସ୍କୁଲଗୁଡ଼ିକରେ ବମ୍ବ ସ୍କ୍ବାଡ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତନାଘନା ଜାରି ରହିଛି। ସନ୍ଧାନକାରୀ କୁକୁର ସହାୟତାରେ ଖାନତଲାସି କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ସ୍କୁଲ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି।

 

Latest Posts

Don't Miss