ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଗୁଜବ, ଭୟଭୀତ ଯାତ୍ରୀ
1 min readନୂଆଦିଲ୍ଲୀ: ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଗୁଜବକୁ ନେଇ ଆତଙ୍କ । ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡ କଲା ଫ୍ଲାଇଟ SU-23 । ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏୟାରପୋର୍ଟରେ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଥିଲେ । ବୋମା ନିରୋଧକ ଟିମ୍ ସହ ରେସ୍କ୍ୟୁ ଟିମ୍ ବିମାନବନ୍ଦରରେ ପହଞ୍ଚିଥିଲେ । ରନ୍ ଓ୍ୱେ ୨୯ରେ ଅବତରଣ କରିବା ପରେ ବିମାନର ଚେକିଂ କରାଯାଇଥିଲା । ସବୁ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଫ୍ଲାଇଟରେ ବମ୍ ମିଳି ନଥିଲା । ବିମାନରେ ୩୮୬ ଜଣ ଯାତ୍ରୀ ଓ ୧୬ ଜଣ କ୍ରୁ ମେମ୍ବର୍ସ ଥିଲେ।
A call about a bomb in the flight coming from Moscow to Delhi was received last night. The flight landed in Delhi at around 3.20 am. All passengers and crew members were deboarded. Flight is being checked and investigation is underway: Delhi Police pic.twitter.com/2nDBWJhZWW
— ANI (@ANI) October 14, 2022
ସୂଚନା ଅନୁସାରେ ଗତକାଲି ରାତି ୧୧ଟା ୧୫ରେ ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନ SU 232ରେ ବୋମା ରହିଛି ବୋଲି ଏକ ଫୋନ୍ କଲ ଆସିଥିଲା । ଏହି ଫୋନ୍ କଲ ଆସିବା ପରେ ବିମାନଟି ରାତି ୩ଟା୨୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା । ବିମାନ ରନ୍ ୱେ ୨୯ରେ ଲ୍ୟାଣ୍ଡ୍ କରିବା ପରେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହା ସହ ବିମାନ ଭିତରେ ଭଲ ଭାବରେ ଯାଞ୍ଚ କରାଯାଇଥିଲା। ହେଲେ କୌଣସି ବୋମା ମିଳିନଥିଲା।