ଫୁଲବାଣୀରେ ବୋମାମାଡ଼: ବାଇକରେ ଆସି ଘର ଉପରକୁ ବୋମା ମାଡ଼ କଲେ ଦୁର୍ବୃତ୍ତ

1 min read

ବାଲିଗୁଡ଼ା: ଫୁଲବାଣୀ ଟାଉନ୍ ଥାନା କାଳୀମନ୍ଦିର ନିକଟ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଟିଟନ ବେହେରାଙ୍କ ଘର ଉପରେ ହୋଇଛି ବୋମାମାଡ । ରାତି ୨.୪୫ ମିନିଟରେ ୪ ଜଣ ଦୁବୃର୍ତ୍ତ ଦୁଇଟି ବାଇକରେ ଆସି ଟିଟନଙ୍କ ପରିବାରଲୋକ ଘରେ ଶୋଇଥିବା ସମୟରେ ତିନୋଟି ବୋମା ଫିଙ୍ଗିଥିଲେ । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ  ।

ଗତ କିଛି ଦିନ ତଳେ ଟିଟନ ବେହେରା ଓ ରାଜକୁମାରଙ୍କ ମଧ୍ୟରେ ବଚସା ହୋଇଥିଲା l ରାଜକୁମାର ଟିଟନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବେଳେ ରାଜକୁମାର ହିଁ ଟିଟନଙ୍କ ଘର ଉପରକୁ ବୋମା ମାଡ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ l ରାଜକୁମାର ନାଁରେ ଆଗରୁ ବହୁ ଅପରାଧିକ ମାମଲା ରହିଛି l ଏହି ଘଟଣା ପରେ ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି l ଘଟଣାକୁ ନେଇ ପରିବାର ଓ ଗାଁ ଲୋକେ ଭୟଭୀତ ହୋଇଛନ୍ତି ।

Leave a Reply