ବୋମାକୁ ବଲ ଭାବି ଖେଳୁଥିଲେ, ହାତରେ ଫୁଟିଗଲା

ଭଦ୍ରକ: ଛୋଟ ପିଲା ବୋମା କିମ୍ବା ବଲ ଭିତରେ ବିଶେଷ ପାର୍ଥକ୍ୟ ଜାଣି ନାହାଁନ୍ତି ।  ଖେଳିଲା ବେଳେ ଏକ ଅଫୁଟା ବୋମାକୁ ଦେଖିଥିଲେ  । ଏବଂ ଏହାକୁ  ବଲ ଭାବି ଖେଲିବାରେ ଲାଗିଯାଇଥିଲେ ତିନି ନାବାଳିକା  ।  ହେଲେ ଖେଳ ବେଳେ ଫାଟିଗଲା ବମ୍ । ଏଥିରେ ତିନିଜଣ ନାବଳିକା ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ଥାନା ତିରିକୋଣା ଗାଁରେ ଘଟିଛି ଏଭଳି ଅଘଟଣ ।

ବୋମା ବିସ୍ଫୋରଣ ଘଟଣାରେ ସମସ୍ତ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ବନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଆହତ ହୋଇଥିବା ତିନି ଜଣଙ୍କ ମଧ୍ୟରେ ୨ ଜଣ ଭଉଣୀ ରହିଛନ୍ତି  । ସମସ୍ତେ ଖେଳୁଥିବା ସମୟରେ ବୋମାଟି ଏକ ବୁଦା ମୂଳେ ପଡିଥିବା ଦେଖିବାକୁ ମିଳାଥିଲା  । ପରେ ପିଲାମାନେ ବୋମାଟିକୁ ବଲ ଭାବି ଖେଳିବାକୁ ଲାଗିଥିଲେ  । ସେହି ସମୟରେ ବୋମାଟି ଫୁଟିଯାଇଥିଲା  । ଯାହା ଫଳରେ ତିନିଜଣ ଆହତ ହୋଇଛନ୍ତି  । .