ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ୩୫ ମୃତ, ୮୫ରୁ ଅଧିକ ଆହତ
1 min readଇସଲାମବାଦ: ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ୩୦ ମୃତ, ୫୦ରୁ ଅଧିକ ଲୋକ ଆହତ । ପାକିସ୍ତାନର ଖୈବର ପଖତୁନଖ୍ୱା ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଆହତଙ୍କୁ ପେଶାଓ୍ବାର ମେଡିକାଲରେ ଭର୍ତ୍ତି କରାଯାଇଛି । ଜାମିୟତ ଉଲେମା ଇସଲାମ ଫଜଲ ପାର୍ଟି ବା JUIFର ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣାଟି ବାଜୌରର ଖାର ତହସିଲ ଅଞ୍ଚଳର ।
ଏଠାରେ କ୍ଷମତାସୀନ ମେଣ୍ଟରେ ସାମିଲ ଜମିୟତ ଉଲେମା ଫଜଲ (JUI-F)ର ରାଲି ବେଳେ ଏହି ବିସ୍ଫୋରଣ ଘଟିଛି । ମୃତକଙ୍କ ମଧ୍ୟରେ ଜାମିୟତ ଉଲେମା ଇସଲାମ ଫଜଲର ଜଣେ ବଡ଼ ନେତା ମୌଲାନା ଜିଆଉହ୍ଲାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନର ହାତ ଥାଇପାରେ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି । ଏହାର ତଦନ୍ତ ଦାବି କରାଯାଇଛି । ତେବେ ଏହି ରାଲିକୁ JUI-Fର ବରିଷ୍ଠ ନେତା ହାଫିଜ ହମଦୁଲ୍ଲାହ ସମ୍ବୋଧିତ କରିବାର ଥିଲା କିନ୍ତୁ କୌଣସି କାରଣରୁ ସେ ଏଠାରେ ପହଞ୍ଚି ପାରିନଥିଲେ ।
ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଆମର ପ୍ରାୟ ୩୫ କାର୍ଯ୍ୟକର୍ତ୍ତା ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାକୁ ନିନ୍ଦା କରୁଛି । ହାଫିଜ ଆଗକୁ କହିଛନ୍ତି, ଏପରି ଆକ୍ରମଣ ପୂର୍ବରୁ ମଧ୍ୟ ହୋଇଆସିଛି । ଏହାର ସଠିକ ତଦନ୍ତ ହେବା ଆବଶ୍ୟକ । ଆମକୁ କୌଣସି ପ୍ରକାରର ସୁରକ୍ଷା ମଧ୍ୟ ପ୍ରଦାନ କରାଯାଉନି । ଆମେ ଏହି ମାମଲାକୁ ସଂସଦରେ ଉଠାଇବୁ ।