ଜମିଜମା ବିବାଦକୁ କେନ୍ଦ୍ର କରି ବ୍ୟବସାୟୀଙ୍କ ଭାଇକୁ ବୋମାମାଡ଼, ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି

ଜଟଣୀ: ଖୋର୍ଦ୍ଧା ଜଟଣୀରେ ଫୁଟିଲା ବୋମା । ଜଟଣୀ ଥାନା କନ୍ତିଆ ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ଼ରେ ରଚିତ୍ରାନନ୍ଦ ସାମନ୍ତରାୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି । ବ୍ୟବସାୟୀ ଭାଲୁ ସାମନ୍ତରାୟଙ୍କ ସାନଭାଇ ହେଉଛନ୍ତି ରଚିତ୍ରାନନ୍ଦ । ଲଗାତର ୩ରୁ ଅଧିକ ବୋମାମାଡ଼ ହୋଇଥିବା ବେଳେ, ଏକାଧିକ ଅଫୁଟା ବୋମା ଜବତ କରିଛି ପୋଲିସ । ତେବେ ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଦୁର୍ବୃତ୍ତ ବୋମା ଧରି ଗାଁରେ ଧମକାଉଥିଲେ । ଘଟଣାକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି ।