କେନ୍ଦୁଝର : ବୋମା ଖାଇ ବାଛୁରୀ ଗୁରୁତର। ବାରହା ପାଇଁ ଖଞ୍ଜା ଯାଇଥିଲା ବୋମା ଖାଇ ବାଛୁରୀ ଗୁରୁତର ହୋଇଛି। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କୋଳିମାଟି ପଞ୍ଚାୟତ ଦରଖୋଳା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁର ଭୀମ ମୁଣ୍ଡାଙ୍କ ବାଛୁରୀ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ଖଞ୍ଜା ଯାଉଥିବା ବୋମାକୁ ଖାଦ୍ୟ ଭାବି ଖାଇଦେଇଥିଲା।
ବୋମାଟି ବାଛୁରୀ ମୁହଁରେ ଫୁଟିଯିବାରୁ ତାର ଅବସ୍ଥା ଗୁରୁତର ହୋଇଛି। ଅନ୍ୟପଟେ ଏହି ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଏଯାବତ ବାଛୁରୀର ଚିକିତ୍ସା କରଯାଇନାହିଁ। ତେବେ କିଏ ଏହି ବୋମା ଖଞ୍ଜିଥିଲା ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

