ବାଲିଅନ୍ତାରେ ଫୁଟିଲା ବୋମା, ଉଡ଼ିଗଲା ଘରର ଟିଣ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ମୁତାବକ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ ଘଟିଛି ଏହି ଘଟଣା । ବୋମା ଫିଙ୍ଗି ଗଣ୍ଡଗୋଳ କରିଛନ୍ତି କିଛି ଦୁର୍ବୁତ୍ତ । ସେପଟେ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।