ପୋଲାଣ୍ଡ-ଗ୍ରୀସ୍ ବିମାନରେ ବୋମା ସୂଚନା ପରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ପୋଲାଣ୍ଡରୁ ଗ୍ରୀସ ଯାଉଥିବା ରାୟନିୟରର ଏକ ବିମାନରେ ରବିବାର ବୋମା ଥିବା ସୂଚନା ମିଳିବା ପରେ ବିମାନର ଜରୁରୀ ଅବତରଣ କରାଯାଇଛି । ତେବେ ଏହି ବିମାନରେ ୧୯୦ରୁ ଅଧିକ ଯାତ୍ରୀ ଥିଲେ । ରାୟନିୟରର ଏହି ବିମାନ ଗ୍ରୀସ ଯାଉଥିଲା । ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଥିଲା । ଯଥାଶୀଘ୍ର କ୍ରୁ ସଦସ୍ୟଙ୍କ ସହ ସମ୍ପର୍କ କରାଯାଇଥିଲା । ବିମାନର ସୁରକ୍ଷା ପାଇଁ ଗ୍ରୀକ ଯୁଦ୍ଧ ବିମାନକୁ ନିୟୋଜିତ କରାଯାଇଥିଲା । ବିମାନକୁ ଏଥେନ୍ସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା । ଏବେ ଏହାର ଯାଞ୍ଚ କରାଯାଉଛି ।