spot_img

Latest Posts

ଫିଲ୍ମରେ ଆସିବା ପୂର୍ବରୁ ଓ୍ୱେଟର କାମ କରୁଥିଲେ ‘୩ଇଡିଅଟ୍ସ’ର ଭାଇରସ୍; ଜାଣନ୍ତୁ ତାଙ୍କ ସିନେ ଯାତ୍ରା ସମ୍ପର୍କରେ…

ମୁମ୍ବାଇ: ବଲିଉଡ ଫିଲ୍ମ ମୁନ୍ନାଭାଇ ଏମବିବିଏସ୍ ଓ ୩ଇଡିଅଟ୍ସ ଭଳି ଚଳଚ୍ଚିତ୍ରରେ ଲିଡ୍ ରୋଲରେ ସଞ୍ଜୟ ଦତ୍ତ ଏବଂ ଆମୀର ଖାନ୍ ରହିଥିବା ବେଳେ ଦର୍ଶକଙ୍କ ହୃଦୟ ଜିତିଥିଲା ବୋମନ ଇରାନୀଙ୍କ ଦମଦା ଚରିତ୍ର ।

ଡିସେମ୍ବର ୨ ତାରିଖ ତଥା ଆଜିର ଦିନରେ ବୋମନ ଇରାନୀ ୬୧ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ସିନେ ଯାତ୍ରା ସମ୍ପର୍କରେ …

ବୋମନ୍ ପିଲାଦିନରୁ ଚଳଚ୍ଚିତ୍ର ଦେଖିବା ଲାଗି ଖୁବ୍ ଭଲ ପାଉଥିଲେ । ଏପରିକି ସ୍କୁଲ ପରେ ସେ ଫିଲ୍ମ ଦେଖିବାକୁ ଯାଉଥିଲେ, ହେଲେ କେବେ ଭାବି ନଥିଲେ ଯେ ସେ ନିଜେ ସିନେମାରେ ଅଭିନୟ କରିବେ ବୋଲି । ଜନ୍ମ ପୂର୍ବରୁ ବୋମନଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମା ତାଙ୍କର ଲାଳନପାଳନ କରିଥିବା ବେଳେ ଏକଦା ସେ ଘରର ବେକେରୀ ସପ୍ ମଧ୍ୟ ସମ୍ଭାଳୁଥିଲେ।

ଇରାନର ଜୋରାଷ୍ଟ୍ରିଆନ୍ ପରିବାରରେ ଜନ୍ମ ଗ୍ରହଣ କରିଥିବା ବୋମନ୍ ସେଣ୍ଟ୍ ମେରି ସ୍କୁଲରୁ ତାଙ୍କର ପାଠପଢା ଆରମ୍ଭ କରିଥିଲେ । ଏହା ପରେ ସେ ମୁମ୍ବାଇର ମିଠିବାଇ କଲେଜରୁ ୱେଟର ପଲିଟେକ୍ନିକ୍ ରେ ଡିପ୍ଲୋମା ପାଠ୍ୟକ୍ରମ କରିଥିଲେ। କୋର୍ସ ସରିବା ପରେ ବୋମନ ତାଜମହଲ ପ୍ୟାଲେସ ଆଣ୍ଡ ଟାୱାରରେ ୱେଟର ଭାବରେ କାମ କରିବା ଆରମ୍ଭ କଲେ ।

 

କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଏବଂ ସଚ୍ଚୋଟତା ହେତୁ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା। ଏହା ପରେ ସେ ଫ୍ରେଞ୍ଚ ରେଷ୍ଟୁରାଣ୍ଟ ରେଣ୍ଡେଜଭୋସ ରେ ୱେଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତାଜ ପ୍ୟାଲେସରେ କାମ କରୁଥିବାବେଳେ ବୋମନ୍ ଗ୍ରାହକମାନଙ୍କ ଦ୍ୱାରା ଦିଆଯାଉଥିବା ଟିପ୍ସକୁ ଏକଜୁଟ କରି ରଖୁଥିଲେ । ଏହି ଟଙ୍କାରେ ଗୋଟିଏ କ୍ୟାମେରା କିଣି ସ୍କୁଲ୍ କ୍ରିକେଟ୍-ଫୁଟବଲ୍ ମ୍ୟାଚର ଫଟୋ ଉଠାଇବା ସଙ୍ଗେସଙ୍ଗେ ଏହାକୁ ୨୦-୩୦ ଟଙ୍କାରେ ବିକ୍ରି କରୁଥିଲେ ।

ୱେଟର କାମ ଏବଂ ଫଟୋଗ୍ରାଫି କରିବା ପରେ ବୋମନ ୨୦୦୦ ମସିହାରେ ସିନେ ଜଗତ ଆଡକୁ ମୁହାଁଇଥିଲେ । ସେ ଫିଲ୍ମ ‘ଡରନା ମନା ହେଁ’ରେ ଏକ ଛୋଟିଆ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପୂର୍ବରୁ ବୋମନ ଏଭରିବଡି ସେଜ୍ ଆଇ ଆମ୍ ଫାଇନ୍ ଓ ଲେଟ୍ସ ଟମରେ ନଜର ଆସିଥିଲେ । ପରେ ସେ ୨୦୦୩ରେ ‘ବୁମ’ ଫିଲ୍ମରେ ନଜର ଆସିଥିଲେ । ବୁମ୍ ପରେ ମୁନ୍ନାଭାଇ ଏମବିବିଏସ୍ ଚଳଚ୍ଚିତ୍ରରେ ଡ. ଜେସି ଆସ୍ଥାନା ଭୂମିକାରେ ଅଭିନୟ କରିଥିଲେ ।

ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସ୍କ୍ରିନ୍ ବିକଲିରେ ଆଓ୍ୱାର୍ଡ ଫର୍ ବେଷ୍ଟ ପରଫର୍ମାନ୍ସ ଇନ୍ କମିକ୍ ରୋଲ ପୁରସ୍କାର ମିଳିଥିଲା । ୨୦୦୬ରେ ରିଲିଜ ହୋଇଥିବା ମୁନ୍ନାଭାଇ ଏମବିବିଏସରେ ତାଙ୍କୁ ଫିଲ୍ମଫେୟାରର ବେଷ୍ଟ ଭିଲେନ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି ୨୦୦୯ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ୩ଇଡିଅଟ୍ସ ଫିଲ୍ମରେ ବୋମନ ‘ବିରୁ ସହସ୍ରବୁଦ୍ଧେ’ ଓରଫ୍ ‘ଭାଇରସ୍’ର ଚରିତ୍ରରେ ଅଭିନୟ କରିଥିଲେ। ଯେଉଁ ଭୂମିକା ପାଇଁ ତାଙ୍କୁ ଷ୍ଟାର୍ ସ୍କ୍ରିନ୍ ଆଓ୍ୱାର୍ଡ ଫର୍ ବେଷ୍ଟ ଭିଲେନ୍, ଫିଲ୍ମଫେୟାର ଆଓ୍ୱାର୍ଡ ଫର୍ ବେଷ୍ଟ ସପୋର୍ଟିଂ ଆକ୍ଟର ଓ ଆଇଫା ଆଓ୍ୱର୍ଡ ଫର୍ ବେଷ୍ଟ ପରଫୋମାନ୍ସ ଇନ୍ ନେଗେଟିଭ୍ ରୋଲ ଭଳି ପୁରସ୍କାର ପ୍ରଦାନ କରାଯାଇଥିଲା ।

 

Latest Posts

Don't Miss