spot_img

Latest Posts

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଭୟରେ ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଏୟାର ଇଣ୍ଡିଆର ଏକ ବିମାନରେ ରହିଛି ବୋମା । ଏଭଳି ଧମକ ମିଳିଥିବାବେଳେ ଯାତ୍ରୀଙ୍କ ମଧ୍ୟରେ ଖେଳି ଯାଇଛି ଭୟର ବାର୍ତ୍ତାବରଣ । ମୁମ୍ବାଇରୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ। କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ଏୟାର ଇଣ୍ଡିଆର ବିମାନ ୬୫୭ ମୁମ୍ବାଇରୁ ଉଡ଼ାଣ ଭରିଥିଲା। ପରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଏହାକୁ କେରଳର ଥିରୁଭନନ୍ତପୁରମରେ ଜରୁରୀ ଅବତରଣ କରାଯାଇଛି।

ମମ୍ବାଇରୁ ଥିରୁବନ୍ତପୁରମ୍‌ରେ ପହଞ୍ଚିଥିବା ଏୟାର ଇଣ୍ଡିଆର ବିମାନ AI 657ରେ ବୋମା ଥିବା ଧମକ ମିଳିବା ପରେ ପୂରା ବିମାନ ବନ୍ଦରରେ ଏମରଜେନ୍ସି ଘୋଷଣା କରାଯାଇଛି।ଏହାପରେ ଏୟାର ଇଣ୍ଡିଆ ବିମାନ AI 657କୁ ବିମାନ ବନ୍ଦରରେ ନିରାପଦରେ ଅବତରଣ କରାଯାଇଥିଲା। ଏହି ବିମାନଟିକୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି। କ୍ରୁ ସଦସ୍ୟଙ୍କ ସମେତ ବିମାନରେ ମୋଟ ୧୩୫ ଯାତ୍ରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ସେପଟେ ବିମାନ ବନ୍ଦର ଅଧିକାରୀମାନେ ସମ୍ପୂର୍ଣ୍ଣ ବିମାନର ଯାଞ୍ଚ ଜାରି ରଖିଛନ୍ତି।

 

Latest Posts

Don't Miss