ବାହାଘର କଥା ଉଠିଲେ ସୁଶାନ୍ତ ଦେଉଥିଲେ ଏମିତି କଛି ଉତ୍ତର, ଭାଇରାଲ ହେଲା ଭିଡିଓ
1 min readସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର, ବନ୍ଧୁ ଏବଂ ଫ୍ୟାନ୍ଙ୍କ ଉପରେ ଗଭୀର ଝଟକା ଲାଗିଛି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ମୃତ୍ୟୁ ପରେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟୁଛି । ସୁଶାନ୍ତଙ୍କ କଠିନ ପରିଶ୍ରମ ଏବଂ ଟିଭିରୁ ବଲିଉଡକୁ ଯାତ୍ରାକୁ ମନେ ପକାଇ ଫ୍ୟାନ୍ ଭାବପ୍ରବଣ ହୋଇପଡିଛନ୍ତି । ଏବେ ଆରପାରିରେ ସୁଶାନ୍ତ କିନ୍ତୁ ତାଙ୍କର ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି କୁହାଯାଉଛି ଯେତେବେଳେ ସେ ଶେଷ ଥର ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ପରିବାର ସଦସ୍ୟ ତାଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରିଥିଲେ ।
ସୁଶାନ୍ତଙ୍କ ବାହାଘରକୁ ନେଇ ଏହି ଭିଡ଼ିଓରେ ପରିବାର ଲୋକେ ସୁଶାନ୍ତଙ୍କୁ ଥଟା କରୁଥିବା ନଜର ଆସିଛି । ସୁଶାନ୍ତଙ୍କୁ ମଝିରେ ବସାଇ ତାଙ୍କ ଚାରିପଟେ ତାଙ୍କ ପରିବାର ଲୋକେ ବସି ମଜା କରୁଥିବା ଏହି ଭିଡ଼ିଓରେ ଦେଖାଯାଇଛି ।
https://www.facebook.com/SwagBihari/videos/968034473654161/
ଭିଡିଓରେ ପରିବାରର ଜଣେ ମହିଳା ସୁଶାନ୍ତଙ୍କୁ ତାଙ୍କ ବାହାଘରକୁ ସମସ୍ତଙ୍କୁ ଡାକିବେ କି ନାହିଁ ପଚାରୁଛନ୍ତି ଏବଂ ଏହାର ଉତ୍ତରରେ ସୁଶାନ୍ତ ପ୍ରଥମେ ଝିଅଟେ ଖୋଜ ବୋଲି ହସି ହସି କହୁଛନ୍ତି । ମହିଳା ଜଣକ ତାଙ୍କୁ ପଚାରୁଛନ୍ତି ଯେ, ସେ ଗାଁ ଝିଅକୁ ବାହା ହେବେ କି ? ସୁଶାନ୍ତଙ୍କ ଉତ୍ତର ଥିଲା, ‘କାହିଁକି ନୁହେଁ’ । ଏହି ସମୟରେ ସୁଶାନ୍ତଙ୍କୁ ଦାନ୍ତକାଠୀରେ ଦାନ୍ତ ଘଷୁଥିବା ଦେଖିବାକୁ ମିଳିଥିଲା । ଗାଁ ଘର ଅଗଣାରେ ବସି ଗାଁ ଲୋକଙ୍କ ସହ ଏତେ ସାଦାସିଧା ଭାବେ କଥା ହେବାର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗତବର୍ଷ ଗାଁକୁ ଆସିଥିବା ବେଳେ ସୁଶାନ୍ତଙ୍କ ଏହି ଭିଡ଼ିଓକୁ କେହି ଜଣେ ସୁଟ୍ କରିଥିଲେ ।
ସୁଶାନ୍ତ ନଭେମ୍ବରରେ ବିବାହ କରିବାର ଥିଲା । ନିକଟରେ ରିୟା ଚକ୍ରବର୍ତ୍ତୀ ପୋଲିସକୁ ଜେରା ବେଳେ ସେ ଓ ସୁଶାନ୍ତ ବିବାହ କରିବାକୁ ଯାଉଥିଲେ ବୋଲି କହିଛନ୍ତି ।