spot_img

Latest Posts

ବଲିଉଡ ଅଭିନେତା ଶରଦ କପୁର ବିରୁଦ୍ଧରେ ଯୁବତୀ ଆଣିଲେ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ‘ତମନ୍ନା’, ‘ଦସ୍ତକ’, ‘ତ୍ରିଶକ୍ତି’, ‘ଜୋଶ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ଅଭିନେତା ଶରଦ କପୁର ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ। ଅଭିନେତା କାମ ବାହାନାରେ ଯୁବତୀଙ୍କୁ ଡାକି ତାଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଯୁବତୀଙ୍କ ଅଭିଯୋଗ ।  ଯୁବତୀଙ୍କୁ କାମ ଦେବେ କହି ଘରକୁ ଡାକିଥିଲେ ଏବଂ ପରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଫେସବୁକ ଜରିଆରେ ଶରଦ କପୁରଙ୍କ ସହ ସେ ଯୋଗାଯୋଗ କରିଥିଲେ। ଏହା ପରେ ଦୁହିଁଙ୍କର ଭିଡିଓ କଲ ମାଧ୍ୟମରେ ସାକ୍ଷାତ ହୋଇଥିଲା। ଶରଦ ତାଙ୍କୁ କହିଥିଲେ ଯେ ସେ ତାଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଏହା ପରେ ସେ ଫୋନ୍ ମାଧ୍ୟମରେ ତାଙ୍କ ଠିକଣା ଦେଇ ଅଫିସକୁ ଆସିବାକୁ କହିଥିଲେ। କିନ୍ତୁ ସେଠାକୁ ଯିବାପରେ ତାହା ତାଙ୍କ କାର୍ଯ୍ୟାଳୟ ନୁହେଁ ବରଂ ତାଙ୍କ ଘର ବୋଲି ଜଣାପଡିଥିଲା।

ବେଡରୁମକୁ ଡାକିଲେ :

ଯୁବତୀ ଜଣକ କହିଛନ୍ତି ଯେତେବେଳେ ଖାର ବିଲ୍ଡିଂର ତୃତୀୟ ମହଲାରେ ଶରଦଙ୍କ ଘରେ ସେ ପହଞ୍ଚିଥିଲେ, ସେତେବେଳେ ଶରଦ ରୋଷେଇ ଘରୁ ବେଡରୁମକୁ ଯାଇଥିଲେ। କିଛି ସମୟ ପରେ ଶରଦ ତାଙ୍କୁ ବେଡରୁମକୁ ଡାକିଥିଲେ।

ବଳାତ୍କାର କରିବାକୁ ଉଦ୍ୟମ :

ଯେତେବେଳେ ସେ ବେଡରୁମକୁ ଗଲେ ସେ ଦେଖିଲେ ଶରଦ ସେଠାରେ ବିନା ପୋଷାକରେ ବସିଛନ୍ତି ଏବଂ ଏପରି ପରିସ୍ଥିତିରେ ଯୁବତୀ ଜଣକ ତାଙ୍କୁ ପୋଷାକ ପିନ୍ଧିବାକୁ ଅନୁରୋଧ କରିଥିଲେ କିନ୍ତୁ ଶରଦ ତାହା ନକରି ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।  ପରେ ଯୁବତୀ ଏହାକୁ ବିରୋଧ କରି ଶରତଙ୍କୁ ଧକ୍କା ଦେଇ ସେ ସ୍ଥାନରୁ ପଳାଇଥିଲେ ।

ଅଭିନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ:

ଯୁବତୀ ଜଣକ ଅଭିନେତ୍ରୀ ସହିତ ପ୍ରଯୋଜକ ହୋଇଥିବା ବେଳେ ସେ ତତକାଳୀନ ଅଭିନେତାଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିଛନ୍ତି । ଶରଦ କପୁରଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟିକ ସଂହିତା ଧାରା ୭୪ (ମହିଳାଙ୍କ ଉପରେ ବଳ ପ୍ରୟୋଗ), ଧାରା ୭୫ (ଶାରୀରିକ ତଥା ମାନସିକ ଭାବେ ମହିଳାଙ୍କୁ ନିର୍ଯ୍ୟାତନା ଦେବା) ଏବଂ ଧାରା ୭୯ (ମହିଳାଙ୍କୁ ଅପମାନିତ କରିବା) ଅନୁଯାୟୀ ମାମଲା ରୁଜୁ କରିଛନ୍ତି ।

 

Latest Posts

Don't Miss